ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ମାଲକାନଗିରି,୧୩/୦୬( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ବର୍ତମାନ ଜଳବାୟୁର ଦ୍ରୁତ ପରିବର୍ତ୍ତନ ହେବା ଫଳରେ ମାନବଜାତି ସହିତ ସମଗ୍ର ଜୀବ ଜଗତ ପ୍ରଭାବିତ। ପରିବେଶ ବିଜ୍ଞାନୀ ମନେ ପରିବେଶ ପ୍ରଦୂଷଣକୁ ନ ରୋକିଲେ ଆଗାମୀ କିଛିବର୍ଷ ମଧ୍ୟରେ ସମଗ୍ର ଜୀବ ଜଗତ ଧ୍ୱଂସ ପାଇବାର ଚେତାବନୀ ଦେଇସାରିଲେଣି। ସେଇ ପରିପେକ୍ଷିରେ ରବିବାର କାଲିମେଳା ବ୍ଲକ ଏମ୍. ଭି-୭୯ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଚାରଞ୍ଜିତ ଵାଲା, ସାଧାରଣ ସମ୍ପାଦକ ଆଶିଷ ବାଇନ, ପଞ୍ଚାୟତ କୋଡ଼ିନେଟର ରାକେଶ ମଣ୍ଡଳ, ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ମାନିକ ପାଲ, ଟିଙ୍କୁ ମଙ୍ଗରାଜ, ବିବେକ ମଣ୍ଡଳ, ଅଭିଜିତ ଵାଲା, ଉପସ୍ଥିତ ଥିଲେ। ଅନାବଶ୍ୟକ ଜଙ୍ଗଲ କ୍ଷୟ , ପରିବେଶ ପ୍ରଦୂଷଣ , ସବୁଜ ଗୃହ ବାଷ୍ପର ବୃଦ୍ଧି ଏବଂ ଜଳବାୟୁ ତାପୟନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ପରିବେଶ ର ଅବନ୍ନତି ହେବା ଦ୍ୱାରା ମଣିଷ ସମାଜ ଭୟଙ୍କର ବିପତି ଆଡକୁ ଟାଣି ହେଇ ଯାଉଛି। ଏହା ଦ୍ବାରା ମଣିଷ ସମାଜକୁ ବିଭିନ୍ନ ଭୂତାଣୁ ଜନିତ ରୋଗ , ପ୍ରକୃତିକ ଦୁର୍ବିପାକ ପରି, ଏକ ବହୁତ ବଡ ବିପଦର ଆଭାସ ଦେଉଛି ବୋଲି ସ୍ଥାନୀୟ ଡ଼ ପସଞ୍ଜିତ ରାୟ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: