“ବିଜୁ ଜନତା ଦଳ ପକ୍ଷରୁ ପ୍ରବାସୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ”

ମାଲକାନଗିରି,୨୮/୦୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ମୋଟୁ ସୀମାନ୍ତ କଲେରୁ ବ୍ରିଜ ସ୍ଥିତ ଚେକ ପଏଣ୍ଟ ଠାରେ ପ୍ରବାସୀ ଶ୍ରମିକ ଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ବର୍ତ୍ତମାନ ଚାରିଆଡେ ଲକ ଡାଉନ ଓ ସଟ ଡାଉନ ନିୟମ ଜାରି କରାଯାଇଛି । ଏଭଳି ସ୍ଥିତିରେ ବହୁ ଲୋକେ ଯେଉଁ ମାନେ ନିଜ ଘର ଛାଡ଼ି ବାହାର ରାଜ୍ୟରେ ପେଟ ପୋଷିବା ପାଇଁ କାମ କରିବାକୁ ଯାଇଥିଲେ, ସେମାନେ ଲକ ଡାଉନ ଯୋଗୁଁ କାମ ନଥିବାରୁ ନିଜ ଅଞ୍ଚଳ କୁ ଫେରୁଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାର ଅନେକ ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ ଜିଲ୍ଲାର ମୋଟୁ ସୀମାନ୍ତ ଦେଇ ପ୍ରତିଦିନ ସହ ସହ ପ୍ରବାସୀ ନିଜ ଘର ମୁହାଁ ହେଉଛନ୍ତି। ଏହି ପ୍ରବାସୀ ମାନେ କଷ୍ଟ ଦାୟକ ଯାତ୍ରା କରି ନିଜ ଘରକୁ ଫେରୁଥିବା ବେଳେ ଆଜି ମୋଟୁ ସୀମାନ୍ତ ରେ ମାଲକାନଗିରି ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରବାସୀ ଙ୍କୁ ସୁଖା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାବା ଙ୍କ ନେତୃତ୍ୱରେ ମାଲକାନଗିରି ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାଏକ, ରାଜୀବ ଲୋଚନ ସୀସା, କଣ୍ଟେଶ୍ୱର ପଟଲା, ଏ ରାଜୁ ରାଓ, ସୁନୀଲ ସାହୁ, ଆସିସ ବାଇନ, ମନୋଜ ପଟ୍ଟନାୟକ, ଚିରଞ୍ଜୀବ ଵାଲା ପ୍ରମୁଖ ମୋଟୁ ସୀମାନ୍ତ ରେ ପହଁଚି ପ୍ରବାସୀ ଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହ ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

WhatsApp Image 2021 05 28 at 7.23.22 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: