ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭୋଟ ଭିକ୍ଷା କଲେ ନବୀନ ପଟ୍ଟନାୟକ

ଭଦ୍ରକ,୩୧/୧୦: ଧାମନଗର ଉପନିର୍ବାଚନ ପାଇଁ ଆଜି ଭରଚୁଆଲ ମୋଡରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଭିସି ଜରିଆରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ କରିଛନ୍ତି ଭୋଟ ଭିକ୍ଷା । ନିର୍ବାଚନ ମଣ୍ଡଳୀର ୧୬ଟି ସ୍ଥାନରେ ଲାଗିଛି ଏଲଇଡି । ଭୋଟକୁ ଆଉ 2ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ପ୍ରମୁଖ ରାଜନୈତିକ ଦଳ।  ଏହି ଅବସରରେ ସେ କହିଛନ୍ତି ଯେ ମିଶନଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି | ସେଥିପାଇଁ ମୁଁ ଚାଁହୁଛି ଜଣେ ମା ବିଧାୟକ ହୁଅନ୍ତୁ | ଧାମନଗରବାସୀ ୬ଟି ଜୋନରେ ବିଜେଡ଼ିକୁ ସେବା କରିବାର ସୁଯୋଗ ଦେଇଛନ୍ତି | ମୋର ବିଶ୍ୱାସ ଆପଣମାନେ ଏହି ଧାରାକୁ ଜାରି ରଖିବେ | ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର ବୋଲି ନବୀନ ଭୋଟରଙ୍କୁ କହିଛନ୍ତି | ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ବାକି ରହିଛି | ଏହି ୧୮ ମାସରେ ଆମେ ୫ ବର୍ଷର କାମ କରିପାରିବା | ଧାମନଗର ଅଂଚଳର ବିକାଶ ନେଇ ମୁଁ ନିଜେ ଏହାକୁ ଦେଖିବି | ଧାମନଗର ଅଞ୍ଚଳର ବିକାଶ ଦାୟିତ୍ୱ ମୋର, ଧାମନଗର ଆଗକୁ ବଢିବ |ସେହିପରି ଆସନ୍ତାକାଲି ପ୍ରଚାରର ଶେଷ ଦିନର ଧୁସୁରିର ବାସନ୍ତି ପଡିଆରେ ଜନସଭାକୁ ସମ୍ବୋଧିତ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ସଭାକରି ବିଜେଡ଼ି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ପ୍ରଚାର କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚାରକୁ ଆସନ୍ତାକାଲି କାଉଣ୍ଟର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧୁସୁରିର  ବାସନ୍ତି ପଡିଆରେ ଜନସଭାକୁ ସମ୍ବୋଧିତ କରିବେ ଧର୍ମେନ୍ଦ୍ର । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅକ୍ଟୋବର ୨୮ ଓ ୨୯ରେ ଦୁଇ ଦିନ ଧରି ଧାମନଗରରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!