ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର

ଭୁବନେଶ୍ୱର,୧।୩:ବିଧାନସଭା ଘେରିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇ ଆହତ ହୋଇଥିଲେ  ପୋଲିସ ଓ ଯୁବମୋର୍ଚ୍ଚା କର୍ମୀ। ଏହି ଘଟଣାକୁ ନେଇ ଆଜି ରାଜନୀତି ଜୋର ଧରିଥିବା ବେଳେ ପୋଲିସ ସପକ୍ଷରେ ଓକିଲାତି କରି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଟାର୍ଗେଟ କରିଛି ବିଜେଡି। ଯାହାର ସିଧା ଜବାବ ଦେଇ ଗୃହ ବିଭାଗ ଦାୟୀତ୍ବରେ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ନଦେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିବା ହାସ୍ୟାସ୍ପଦ  ବୋଲି କହିଛି ବିଜେପି।  କେବଳ ସେତିକି ନୁହେଁ ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କ ଆନ୍ଦାଳନ ଓ ଗିରଫଦାରୀକୁ ନେଇ ମଧ୍ୟ ଦୁଇ ଦଳ କଥା କଟା କଟି ହୋଇଛନ୍ତି।  ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଗତକାଲିର ଖଣ୍ଡଯୁଦ୍ଧ । ଆଉ ଆଜି ଦେଖିବାକୁ ମିଳିଛି ତାର ଇଫେକ୍ଟ । ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପରସ୍ପର ବିରୋଧରେ ପ୍ରେସ କନଫରେନ୍ସ ଲଢ଼େଇ । ଏହାସହ ରାସ୍ତାକୁ ଓହ୍ଲାଇ ବିଜେପିର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।ପୋଲିସ – ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧକୁ ନେଇ ମୁହାଁମୁହିଁ  ବିଜେଡି-ବିଜେପି। ବିଜେଡି ପଚାରିଲା କାହିଁକି ଚୁପ୍ କେନ୍ଦ୍ରମନ୍ତ୍ରୀ, ସେପଟେ ବିଜେପିର କାଉଣ୍ଟର ଆଟାକ୍, କେନ୍ଦ୍ରମନ୍ତ୍ରୀ ନୁହେଁ, ଚୁପ୍ ବସିଛନ୍ତି ମୁଖ୍ୟମନ୍ତ୍ରୀ। ଟ୍ବିଟ କରି ପୋଲିସ ର କାର୍ଯ୍ୟାନୁଷ୍ଠାନ କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ବାଟବଣା କ୍ରାଇମବ୍ରାଞ୍ଚ ତଦନ୍ତ କୁ ନେଇ ଗତକାଲି ରାସ୍ତାକୁ ଓହ୍ଲାଇ ଥିଲା ବିଜେପି ଯୁବ ମୋର୍ଚ୍ଚା।ଯୋଜନାବଦ୍ଧ ଭାବେ ପୋଲିସକୁ ବିଜେପି ଯୁବ ମୋର୍ଚ୍ଚା ଆକ୍ରମଣ କରିଥିବା ଅଭିଯୋଗ କରି ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ଦଳ । ଜବାବରେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ନମାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିବା ରାଜନୈତିକ ଅପରିପକ୍ୱତା ବୋଲି କହିଛନ୍ତି|ବିଧାନସଭା ଘେରିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇ ଆହତ ହୋଇଥିଲେ  ପୋଲିସ ଓ ଯୁବମୋର୍ଚ୍ଚା କର୍ମୀ। ଏହି ଘଟଣାକୁ ନେଇ ଆଜି ରାଜନୀତି ଜୋର ଧରିଥିବା ବେଳେ ପୋଲିସ ସପକ୍ଷରେ ଓକିଲାତି କରି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଟାର୍ଗେଟ କରିଛି ବିଜେଡି। ଯାହାର ସିଧା ଜବାବ ଦେଇ ଗୃହ ବିଭାଗ ଦାୟୀତ୍ବରେ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ନଦେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିବା ହାସ୍ୟାସ୍ପଦ  ବୋଲି କହିଛି ବିଜେପି।  କେବଳ ସେତିକି ନୁହେଁ ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କ ଆନ୍ଦାଳନ ଓ ଗିରଫଦାରୀକୁ ନେଇ ମଧ୍ୟ ଦୁଇ ଦଳ କଥା କଟା କଟି ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!