ବିଜେପିରେ ମିଶିଲେ ଓଡ଼ିଆ ଅଭିନେତ୍ରୀ ଜିନା

ଭୁବନେଶ୍ୱର, ୧୧।୩: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ଅଭିନେତ୍ରୀ ଜିନା ଏବଂ ତାଙ୍କ ସ୍ୱାମୀ ରୁଦ୍ର ବିଜେପିରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ ସ୍ବାତୀ ସାମଲ(ଜିନା) ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସହରସ୍ଥିତ ହୋଟେଲ ରୟାଲ କୁଇନ୍‌ଠାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେମାନଙ୍କ ସହ ପ୍ରାୟ ୩୦୦ରୁ ଊଦ୍ଧର୍‌ବ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଓହ୍ଲାଇଥିବା ଉଭୟ କଳାକାର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!