ରାଜକନିକା,୧୬/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିବସ ଅବସରରେ ସାରା ଭାରତରେ ବିଜେପି ପକ୍ଷରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜକନିକା ବ୍ଲକ୍ରେ ବୁଧବାର ଠାରୁ ସେବା ସପ୍ତାହ ଦିବସ ପାଳିତ ଆରମ୍ଭ ହୋଇଛି । ବିଜେପି ମହିଳାମୋର୍ଚ୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯିବା ସହିତ କଂଟପଡ଼ା ଗ୍ରାମପଂଚାୟତର କାଳିକାପୁର(ଜେନାସାହି) ଗ୍ରାମର ପ୍ରତ୍ୟେକ ପରିବାରକୁ ଫଳ ସହିତ ବିସ୍କୁଟ୍ ବଂଟନ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶ ଆଉ ଦେଶ ସେବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ । ଗରିବଙ୍କ ପ୍ରତି ସହାୟତା ସହିତ ଦୁଃସ୍ଥ ରୋଗୀଙ୍କୁ ସେବା ମନୋଭାବ ଦ୍ୱାରା ଏହି ସେବା ସପ୍ତାହ ପାଳନର ମହତ୍ୱ ପତିପାଦିତ ହୋଇପାରି ବୋଲି ବରିଷ୍ଠ ବିଜେପି ନେତା ତଥା ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜି ଠାରୁ ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଳି ଏବଂ ରାଜକନିକା ବ୍ଲକ୍ରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ନେଇ ପୂର୍ବତନ ବିଧାୟକଶ୍ରୀ ନାୟକ କହିଛନ୍ତି । ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ର୍ରିଦର୍ଶନୀ ନନ୍ଦ, ଜାଗୁଳାଇପଡ଼ା ଗ୍ରାମ ପଂଚାୟତର ସମିତି ସଭ୍ୟା ଦିପ୍ତିରେଖା ସାହୁ, ନାରିନେତ୍ରୀ ଅନୁରାଧା ସାମଲ, ଜିତା ଦାସ, ଲୋଚନା ବେହେରା, ସନ୍ଧ୍ୟାରାଣୀ ନାୟକ, ସୁମିତ୍ରା ବିନ୍ଧାଣୀ, ପୁନମ ପାତ୍ର, ମୋନାଲିସା ଠାକୁର ଏବଂ ଉର୍ବଶୀ ମଲ୍ଲିକ ପ୍ରମୁଖ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଏହି କାର୍ଯ୍ୟକ୍ରମରେ ଶୋଭାଯାତ୍ରା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଭ୍ୟ ରଶ୍ମି ରଞ୍ଜନ ବେହୁରା, ବିଜେପି ଯୁବ ନେତା ପ୍ରକାଶ ନାୟକ, ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ବାଦଲ ନନ୍ଦ, ଅକ୍ଷୟ ଦାସ, ମନୋଜ ସେନାପତି, ବେଣୁଧର ପରିଡ଼ା, ଅମର ଜେନା, ବିଶ୍ୱନାଥ ତରାଇ, ରାଜେନ୍ଦ୍ର ସାମଲ ଏବଂ ଶ୍ରେୟସ୍ ଦାସ ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |