ମାଲକାନଗିରି,୩୦/୦୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ) :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବିଜେପି ଦଳ ପକ୍ଷରୁ ଚଳିତ ବର୍ଷ ପାଳିତ ସେବା ସପ୍ତାହ ଉପଲକ୍ଷେ, ବିଭିନ୍ନ ସ୍ଥାନରେ ମାସ୍କ, ଶୁଖିଲା ଖାଦ୍ୟ ଓ ଫଳମୂଳ ବଣ୍ଟନ କରାଯାଇଛି l ଦେଶରେ ଭାରତୀୟ ଜନତା ପାର୍ଟି ର ୭ ବର୍ଷ ଶାସନ ପୁର୍ତ୍ତୀ ଅବସରରେ ପଡିଆ ବ୍ଳକ ବିଧାୟକ ପ୍ରତିନିଧି କୋଟାମ ବାଲାୟା, ବ୍ଳକ ବିଜେପି ସଭାପତି ପି ଭେଙ୍କଟେଶ୍ୱର ରାଓ ଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ମାସ୍କ, ଶୁଖିଲା ଖାଦ୍ୟ,ଫଳ ଓ ସାନିଟାଇଜର ବଣ୍ଟନ କରାଯାଇଛି। ପଡିଆ ବ୍ଲକ ସଦର ମହକୁମା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାପ଼ନପଲ୍ଲୀ ପଞ୍ଚାୟତ ର ସିଲାକୋଟା, ନୀଲିଗୁଡା ପଞ୍ଚାୟତର ଉସକାଲବାଗ, ମାଟେରୁ ପଞ୍ଚାୟତ ର ପରଶନପଲ୍ଲୀ, କାଲଦାପଲ୍ଲୀ ପଞ୍ଚାୟତ ର କୁର୍ତ୍ତୀ, ଶିମିଳିବାଞ୍ଛା ପଞ୍ଚାୟତ ସଦର ମହକୁମା , ଗିରିକାନପଲ୍ଲୀ ପଞ୍ଚାୟତର ଏମଭି ୯୫ ଓ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ସଦର ମହକୁମା ଠାରେ ବିଜେପିର କର୍ମୀ ମାନେ ଲୋକଙ୍କୁ ମାସ୍କ, ଶୁଖିଲା ଖାଦ୍ୟ ଓ ସାନିଟାଇଜର ବାଣ୍ଟିବା ସହ କରୋନା ରୁ ସୁରକ୍ଷିତ ରହିବା ପାଇଁ ସଚେତନ କରିଥିଲେ। ଏଥିସହ ପ୍ରତ୍ୟକ ଗ୍ରାମରେ ସକ୍ରିୟ ଦଳୀୟ କର୍ମୀଙ୍କୁ ନିଜ ନିଜ ଗ୍ରାମରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଡିଆ ଯାଇଥିଲା। ଏହି ଅବସରରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ଉପସ୍ଥିତିରେ ପଡିଆ ବ୍ଳକ ବିଜେପି ର ଏକ ଟିମ୍ ଡାକ୍ତରଖାନା ରେ ରୋଗୀଙ୍କ ସହ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ପଚରାଉଚୁରା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଶୋକ ମଲ୍ଲ, କାମରାମ ଜଗା, ରାଜଶେଖର ମାଝୀ, ସୁଜିତ୍ ମଣ୍ଡଲ ପ୍ରମୁଖ ବିଜେପି କର୍ମୀ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ୱାର୍ଡମେମ୍ବର ଓ ସମିତି ମେମ୍ବର ମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |