ବିଦ୍ୟୁତ୍ ଆଘାତରେ ଟଳିପଡ଼ିଲେ ଚାଷୀ

ରାଜକନିକା,୩୦ା୫:ରାଜକନିକା ବ୍ଲକ୍ ବରାଡ଼ିଆ ଗ୍ରାମ ପଂଚାୟତର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଉପୁଳାଇ ଗ୍ରାମର ଜଣେ ଚାଷୀ ରବିବାର ଅପରାହ୍ଣରେ ବିଦ୍ୟୁତ୍ ଆଘାତ୍‌ରେ ମୃତ୍ୟୁ ଘଟିଛି । ଗଦାଧର ନାୟକ(୫୫) ନାମକ ଜଣେ ଚାଷୀ ଘର ନିକଟରେ ଗାଈଙ୍କୁ ତୁରାଣି ଦେଉଥିଲେ । ବନ୍ୟା ବାତ୍ୟା କାରଣରୁ ମାଟି ସନ୍ଥସନ୍ଥିଆ ରହିଛି । ଏହି କାରଣରୁ ପାଖରେ ରହିଥିବା ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଫଳରେ ଗଦାଧରଙ୍କୁ ବିଦ୍ୟୁତ୍ ଆଘାତ୍ ଲାଗିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗଦାଧରଙ୍କ ସହିତ ପାଖରେ ବନ୍ଧା ହୋଇଥିବା ଗୋଟିଏ ଛେଳି ମଧ୍ୟ ବିଦ୍ୟୁତ୍ ଆଘାତ୍‌ରେ ଟଳିପଡ଼ିଥିଲେ । ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ସହିତ ସଠିକ୍ ଭାବେ ବାତ୍ୟା ଅଂଚଳରେ ବିଦ୍ୟୁତ୍ ସଂଯୋଗ କରାଯାଉନଥିବା କାରଣରୁ ଅକାଳରେ ଜଣେ ଚାଷୀ ଜୀବନ ଯାଇଥିବାର ବରାଡ଼ିଆ ଗ୍ରାମ ପଂଚାୟତର ସମିତି ସଭ୍ୟ ମଙ୍ଗୁଳି ଚରଣ ବେହେରା ଅଭିଯୋଗ କରିଛନ୍ତି । ତୁରନ୍ତ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: