ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟ ମୁହାଁମୁହିଁ

ଭୁବନେଶ୍ବର ,୧୩।୩: ଆଜି ବି ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଚାଲି ପାରିଲାନି ଗୃହ । ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧୀଙ୍କ ହଙ୍ଗାମା ।  ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟମାନେ ମୁହାଁମୁହିଁ ହେବା ଫଳରେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି। ଆଜି ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି। ଏଣେ ବିଜେଡି ସଦସ୍ୟମାନେ ପ୍ରଥମେ ନିଜସ୍ଥାନରେ ପ୍ରତିବାଦ କରିବା ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକମାନେ ଦାବି କରିଛନ୍ତି। ଯଦି କ୍ଷମା ନ ମାଗିବେ, ତେବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି। ବିଧାନସଭାରେ ମୁଖ୍ୟତଃ ଚାଷୀଙ୍କ ଧାନ ଉଠୁ। ସରକାର ବେଇମାନି କରିଛନ୍ତି। ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛନ୍ତି, ଏହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ବିରୋଧୀ ସଦସ୍ୟ କହିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଏବଂ ନବ ଦାସ ମଧ୍ୟ ଭାଗକୁ ଆସି ଆକ୍ରମଣ କରିବା ପାଇଁ ଆସିଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି। ଚାଷୀଙ୍କ ଧାନ ଯେ ପର୍ଯ୍ୟନ୍ତ ନଉଠିଛି ସେ ପର୍ଯ୍ୟନ୍ତ ଗୃହ ଚଲେଇଦେବୁ ନାହିଁ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: