ବିଧାନସଭାରେ ୨ ଲକ୍ଷ କୋଟିର ଆର୍ଥିକ ବଜେଟ ଆଗତ

ଭୁବନେଶ୍ବର, ୩୦/ ୦୩: ବିଧାନସଭାରେ ଉପସ୍ଥାପିତ ହୋଇଛି କାମଚଳା ବଜେଟ୍‌ । ଅର୍ଥମନ୍ତ୍ରୀ ନିର‍ଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପିତ କରିଛନ୍ତି । ମୋଟ ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହୋଇଛି ।   ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ବଜେଟରେ ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୩୭୭ କୋଟି ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିମନ୍ତେ ୧୫୦୦ କୋଟି, ଅର୍ଥ ବିଭାଗ ନିମନ୍ତେ ୫୮ ହଜାର ୯୩୩ କୋଟି ଟଙ୍କା, ନିର୍ମାଣ ବିଭାଗ ପାଇଁ ୮୩୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିମନ୍ତେ ୧୨୦୪ କୋଟି ୮୮ ଲକ୍ଷ ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଶେ ୨୦୩୩୦ କୋଟି ୭୬ ଲକ୍ଷ ଟଙ୍କା, ଏସସିଏସଟି ବିଭାଗ ପାଇଁ ୪୦୪୯ କୋଟି ୬୯ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି  । ଅପରପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିମନ୍ତେ ୧୧୫୦୬ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ସକାଶେ ୬୪୯୮ କୋଟି, ଯୋଜନା ଓ ସଂଯୋଜନା ବିଭାଗ ନିମନ୍ତେ ୬୪୫୬ କୋଟି ୬୪ ଲକ୍ଷ ଟଙ୍କା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୧୨୪୬ କୋଟି ୪୨ ଲକ୍ଷ ଟଙ୍କା, ଜଳସମ୍ପଦ ବିଭାଗ ନିମନ୍ତେ ୧୦ ହଜାର ୪୫ କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୨୭୬ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିମନ୍ତେ ୬୫୫୯ କୋଟି ଟଙ୍କା, ଶକ୍ତି ବିଭାଗ ନିମନ୍ତେ ୩୪୭୯ କୋଟି ଟଙ୍କା, ମହିଳା ଓ ଶିଶୁକଲ୍ୟାଣ ପାଇଁ ୩୫୬୬ କୋଟି ଟଙ୍କା, ଉଚ୍ଚଶିକ୍ଷା ବିଭାଗ ସକାଶେ ୨୮୦୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ୩୭୦୫ କୋଟି ଟଙ୍କା ଓ ମିଶନ ଶକ୍ତି ନିମନ୍ତେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: