ବିଧାନସଭାର ବଜେଟ୍‌ ଅଧିବେଶନ ଶେଷ,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ବର,୩୧।୩ : ବିଧାନସଭାର ବଜେଟ୍‌ ଅଧିବେଶନ   ଶେଷ ହୋଇଛି। ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ଯ୍ୟ ଦିବସ ଥିଲା।  ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ମୋଟ ୨୩ଟି କାର୍ଯ୍ୟ ଦିବସ ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଥିଲା । ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରିଥିବା ତିନୋଟି ବିଲ୍‌କୁ ପ୍ରତ୍ୟାହାର କରି ନେଇଥିଲେ।ତେବେ ଏହି ଅଧିବେଶନ ଆରମ୍ଭରୁ ଶେଷ ଯାଏଁ ବେଶ ସରଗରମ ରହିଥିଲା। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ,  ୫-ଟି ରୂପାନ୍ତରଣ ପ୍ରସଙ୍ଗ, ଅଫିସର ରାଜ୍, ସୀମା ବିବାଦ, ମହାନଦୀ ଜଳବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିଥିଲେ। ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରି ପାରି ନଥିଲେ ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!