ଭୁବନେଶ୍ବର,୨୮/୧୧: ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିବସ । ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ଗୃହର ମଧ୍ୟଭାଗରେ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଓ ହଟ୍ଟଗୋଳ କରିଥିଲେ। ବାରମ୍ୱାର ହୋହାଲ୍ଲା ପରେ ଚାଲିପାରୁନି ବିଧାନସଭାର ଗୃହ କାର୍ଯ୍ୟ । ଫଳରେ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ଚ୍ୟାମ୍ବରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଅଛନ୍ତି । ଫଳରେ ବାସସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ମୁଲତବି ଘୋଷଣା କରିଛନ୍ତି। ଏହାପରେ ଗୃହକାର୍ଯ୍ୟ ସ୍ବାଭାବିକ ହେବା ଆଶା କରାଯାଉଛି|ବିଧାନସଭାରେ ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ ହୋଇଥିବାବେଳେ ଦିନକ ପରେ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହ ସରଗରମ ହେବ ବୋଲି ଆଶା କରାଯାଉଛି। ଚାଷୀ ଓ ରେଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଗୃହରେ ଆସିବ ଓଡ଼ିଶା ଜିଲା ଯୋଜନା କମିଟି ସଂଶୋଧନ ବିଲ ୨୦୨୨ ଏବଂ ୯ଟି ବିଭାଗର ରିପୋର୍ଟ ଉପସ୍ଥାପନ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |