ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି

ଭୁବନେଶ୍ୱର : ବିଧାନସଭା ସଚିବ ଦଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ହୋଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଶତପଥୀ 31ଜାନୁଆରୀ 2022ରେ ଅବସର ନେବାର ଥିଲା । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ 31 ଡିସେମ୍ବର 2023 ଯାଏ କାର୍ଯ୍ୟ ସମ୍ପାଦନ କରିବେ ।ଏହି ପ୍ରସଙ୍ଗରେ ଶ୍ରୀ ଶତପଥୀ କହିଛନ୍ତି ଯେ, ଏବେ ମୋର ଦାୟିତ୍ୱ ବଢିଛି । ଆଗାମୀ ବଜେଟ ଅଧିବେଶନରେ ଏହି କାର୍ଯ୍ୟ ଦ୍ବିଗୁଣିତ ହେବ । ଆଗାମୀ ଦିନରେ ବିଭିନ୍ନ ଚାଲେଞ୍ଜକୁ ସମ୍ମୁଖୀନ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଉଦ୍ୟମ କରିବି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: