ଭୁବନେଶ୍ଵର,୨୦ା୩: ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଏହାପରେ କେତେକ କର୍ମୀଙ୍କୁ ପୁଲିସ ଉଠାଇନେଇଥିଲା।ଏହା ଆଗରୁ ବିଧାୟକ ସୁଶାନ୍ତ ସିଂହଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରିଥିଲା ଛାତ୍ର କଂଗ୍ରେସ। ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିବା ସହ ସୁଶାନ୍ତଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ ଛାତ୍ର କଂଗ୍ରେସର ସଦସ୍ୟ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |