ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁଖିଲା ଖାଦ୍ୟ ବଣ୍ଟନ

ବ୍ରହ୍ମପୁର-୨୮/୫(ମନୋଜ କୁମାର ପାତ୍ର):ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ଆଦେଶ କ୍ରମେ ଓଡିଶା କଂଗ୍ରେସ କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହଯୋଗ ଏବଂ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟଙ୍କ ତତ୍ୱାବଦନରେ ବ୍ରହ୍ମପୁର ସ୍ଥିତ ସୁକୁଣ୍ଡା ବାଉରି ସାହି ର ଥିବା ଗରିବ ଅସହାୟ ୧୦୦ ରୁ ଉର୍ଦ୍ଧ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଯାଇଛି ଏହି କାର୍ଯ୍ୟ କ୍ରମ ରେ କଂଗ୍ରେସ କର୍ମକର୍ତ୍ତା ଏସ୍. ଦଣ୍ଡ ପାଣି ପାତ୍ର, ବିକାଶ ନାୟକ, ଭୁସିବାବୁ,ଏସ୍. ସୁଯୋତା, ସୁରେଶ ପାତ୍ର ଓ ଅନ୍ୟନ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ଓ ଆଗକୁ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: