ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ

ଗଞ୍ଜାମ,୯/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଙ୍କ ମାତା ଅପସରି ଜେନାଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଗେଟବଜାର ନିକଟସ୍ଥ ବିଲସାହି ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରମେଶ ଜେନାକୁ ଵ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ ପାଇଁ କୋର୍ଟ ଦୀର୍ଘ ବର୍ଷ ଧରି କଟକଣା ରଖିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ସେ ସହର ପ୍ରଵେଶ କରି ପାରିବେ ନାହିଁ । ଏହାକୁ ଆଧାର କରି ତାଙ୍କ ଓକିଲ କିଶୋର ବିଶୋଇ, ନିର୍ମଳ ସାହୁ ଏବଂ ସରୋଜ ଗୌଡ଼ ଜିଲ୍ଲା କୋର୍ଟରୁ ଅନୁମତି ଆଣିବା ପାଇଁ ବର୍ତ୍ତମାନ କୋର୍ଟରେ ପହଞ୍ଚୀ ଅନୁମତି ପ୍ରଦାନ ପାଇଁ ନିବେଦନ କରିଥିଲେ । କୋର୍ଟଙ୍କ ଆଦେଶ ମିଳିବା ସଂଗେ ସଂଗେ ବିଧାୟକ ରମେଶ ଜେନା ଵ୍ରହ୍ମପୁର ଗେଟବଜାର ନିକଟସ୍ଥ ବିଲସାହି ବାସଭବନରେ ପହଞ୍ଚୀ ମା’ଙ୍କୁ ଶେଷ ଦର୍ଶନ କରିଥିଲେ ।ପରିଶେଷରେ ନିଜ ମାଙ୍କର ଶବକୁ କାନ୍ଧରେ ଧରି ସ୍ମଶାନ ଅଭିମୁଖେ ଯାଇଥିଲେ ।ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ତେବେ ରମେଶଙ୍କ ଓକିଲ ୧୫ ଦିନ ପାଇଁ ଆବେଦନ କରିଥିବା ବେଳେ ଏଡିଜେ (୩) ୧୩ ଦିନ ପାଇଁ ଆବେଦନକୁ ମଞ୍ଜୁର କରିଛନ୍ତି । ୨୨.୯.୨୦ପର୍ଯ୍ୟନ୍ତ ବିଧାୟକ ରମେଶ ଜେନା ଵ୍ରହ୍ମପୁରରେ ରହିବେ । ବିଧାୟକଙ୍କ ବଡ଼ ଭାଇ ମହେଶ୍ବର ଜେନା ମା’ଙ୍କ ସମସ୍ତ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: