ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ବୁଗୁଡା ବ୍ଲକର ୪ଟି ପ୍ରକଳ୍ପର ଶୁଭ ଉଦଘାଟନ

ଗଞ୍ଜାମ,୧୮/୯(ମନୋଜ ପାତ୍ର) :  ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକରେ ଚାରି ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ସେହିପରି ଶଙ୍କୁରୁ ଗ୍ରାମ ପଞ୍ଚାୟତ ଘୋଳପୁର , ମୋଟାବାଡି ଗ୍ରାମ ପଞ୍ଚାୟତ ଡାକରାବାଡ଼ି , ଅନ୍ତରପଡା ଗ୍ରାମ ପଞ୍ଚାୟତ ମାଣିକପୁର , କଳମ୍ବ ଗ୍ରାମ ପଞ୍ଚାୟତ କାଦପଡା ଗ୍ରାମଠାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣର ଚାରି ଗୋଟି ପ୍ରକଳ୍ପକୁ ବିଧାୟକ ଶ୍ରୀ ସାହୁ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।ଯଦ୍ୱାରା ଚାରି ଗୋଟି ଗ୍ରାମରେ ଲାଗିରହିଥିବା ଜଳର ସମସ୍ୟା ଏହି ପ୍ରକଳ୍ପ ଦ୍ବାରା ୧୨୦୦ ଲୋକ ଉପକୃତ ହେବେ ବୋଲି ଜଣାପଡିଛି । ଉକ୍ତ ଉଦଘାଟନୀକ କାର୍ଯ୍ୟକ୍ରମରେ ଆର ଡବ୍ଲ୍ୟ ଏସ ଏସ ଏସଡିଓ ତୁଷାର କାନ୍ତ ସାହୁ , ଜେଇ ରାମା ରାଓ , ଜିଲ୍ଲା ପରିଷଦ ସଭ୍ଯା ଭୂବନେଶ୍ୱରୀ ଖଟାଇ , ଅଶୋକ ସେଠୀ ,ସନ୍ତୋଷ ଭୋଳ , ବରୁଣ ସେନାପତି , ମଦନମୋହନ ଦୋରା , ସୁଧାଂଶୁ ଶେଖର ପାଢ଼ୀ , ଟୁକୁନା ସାହୁ , ସୂର୍ଯ୍ୟ ନାରାୟଣ ପାଢ଼ୀ ସମେତ ବହୁ ଗ୍ରାମ ବାସୀ ଉପସ୍ଥିତ ରହି ଥିଲେ ।

WhatsApp Image 2020 09 18 at 9.35.34 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!