ବିନା ଆଲୁଅରେ ରାଷ୍ଟ୍ରପତିଙ୍କ ଅଭିଭାଷଣ,ଜଣେ ନିଲମ୍ବିତ; କ୍ଷମା ମାଗିଲେ କୁଳପତି

ବାରିପଦା  ,୬।୫ :ହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜିଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଜଣେ ନିଲମ୍ବିତ। ସେ ହେଲେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ଜୟନ୍ତ ତ୍ରିପାଠୀ। ସେପଟେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି। ଏଥିସହ ସେ ଜଣାଇଛନ୍ତି ଯେ, ସମାରୋହ ଅନୁଷ୍ଠିତ ହେଉଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ବି ଠିକ୍ ଲାଇଟ୍ କଟିବା ସମୟରେ କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା। ଦୁଃଖ ପ୍ରକାଶ କରି ସେ ଆହୁରି କହିଛନ୍ତି, ‘ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!