ଭବାନୀପାଟଣା : ଜନସମାଗମ ଓ କରୋନାଭାଇରସ୍ ସଂକ୍ରମଣ ବିସ୍ତାର ରୋକିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ କଟକଣା ମଧ୍ୟରେ ପ୍ରସିଦ୍ଧ ଛତରଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଏ ବର୍ଷ ଦେବୀ ମାଣିକେଶ୍ବରୀଙ୍କ ଉତ୍ସବ ଭକ୍ତଙ୍କ ବିନା ଆୟୋଜନ କରାଯିବ।ନିଷ୍ପତ୍ତି ଅନୁସାରେ, ମନ୍ଦିର ଭିତରକୁ ପ୍ରବେଶ କରିବାକୁ କି, ଯାତ୍ରରେ ଭାଗ ନେବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଯାତ୍ରା ଉପଲକ୍ଷେ ମାଣିକେଶ୍ବରୀ ମନ୍ଦିରରେ ଦିଆଯାଉଥିବା ପଶୁବଳି ମଧ୍ୟ ନିଷେଧ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |