ନବରଙ୍ଗପୁର(ମିହିର ଶଙ୍କର ପାତ୍ର).୨୫\୧୦:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ କେଲିଆ ଠାରେ ଥିବା ପାର୍ବତୀ ମନ୍ଦିର ଠାରୁ ଚିଚିବାଇ ପର୍ଯ୍ୟନ୍ତ ମେସିନ ମାଧ୍ୟମରେ କାମ କରାଯାଉଛି ! ଏହି ରାସ୍ତା କାର୍ଯ୍ୟ ଟି ମେସିନ ଦ୍ବାରା ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟର ହି କରାଯାଉଛି। ଏହାର କାରଣ କଣ?? ଏଠାରେ କୈାଣସି ସ୍ଥାନରେ ସୂଚନା ଫଳକ ଦେଖିବାକୁ ମିଳୁ ନାହିଁ।ଆଉ ରାସ୍ତା ର ଅସାର ମଧ୍ୟ ପୁରା କମ୍। ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ସରକାରୀ କାର୍ଯ୍ୟ କରିବା ପୂର୍ବରୁ ସେହି ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବାଧ୍ୟତାମୂଳକ ଅଟେ। କାରଣ ସୂଚନା ଫଳକ ଲଗାଇବା ଦ୍ଵାରା ଜନସାଧାରଣ ମାନେ ଜାଣି ପାରିବେ ଯେ ସରକାର ଙ୍କ କେଉଁ ଯୋଜନାରେ କାମ ହେବ। ଓ ଯେଉଁ ଯୋଜନାରେ କାର୍ଯ୍ୟ ହେବ ତାହାର ଅଟକଳ ମୂଲ୍ୟ କେତେ ? ଏହି କାମ ରେ ଠିକାଦାର ନିମ୍ନ ମାନର କାର୍ଯ୍ୟ କରି ଚାଲିଛନ୍ତି।ହେଲେ ଏଠାରେ ସରକାର ଙ୍କ ଗାଇଡ ଲାଇନ ସବୁ ଓଲଟା। ଏହି ରାସ୍ତା କାର୍ଯ୍ୟ ରେ କୈାଣସି ସରକାରୀ ଯନ୍ତ୍ରୀ ଦିନେ ହେଲେ ପରିଦର୍ଶନ ପାଇଁ ଆସି ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା କାର୍ଯ୍ୟ ଟି କେଉଁ ଠିକାଦାର କାମ କରୁଛନ୍ତି ଓ ସରକାରଙ୍କ କେଉଁ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି ତାହା ଜନସାଧାରଣ ଜାଣିବେ କିପରି?? । ଏପରି ଠିକାଦାର ଙ୍କ ପାଇଁ ଶ୍ରମିକଙ୍କ ପାଖରେ ଜବକାର୍ଡ ଥାଇ ମଧ୍ୟ କାମ ପାଇପାରୁ ନାହାନ୍ତି । ହେଲେ ଏଠି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମଧ୍ୟରେ କୈାଣସି ମଧୁଚନ୍ଦ୍ରିକା ଚାଲି ନି ତ?? ଲୋକ ମାନଙ୍କ କହିବା ଅନୁଯାୟୀ ସନ୍ଧ୍ୟା ୪ ଘଣ୍ଟ ହେଲେ ଚାଲିଛି ମେସିନ ରେ କାମ ଏହାର ରହସ୍ୟ କଣ?? । ଏପରି ଅଧିକାଂଶ ସ୍ଥାନରେ ମେସିନ ଲାଗୁଥିବା ଯୋଗୁଁ ବିଭିନ୍ନ ପଞ୍ଚାୟତର ଶହ ଶହ ଶ୍ରମିକ ଘରେ ବସି ରହିଥାନ୍ତି ଓ କାମ ଅଭାବରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି । ପାର୍ବତୀ ମନ୍ଦିର ଠାରୁ ଚିଚିବାଇ ପର୍ଯ୍ୟନ୍ତ ରାସ୍ତା କାମ ଟି କେଉଁ ଯୋଜନାରେ ତିଆରି କରାଯାଉଛି ଓ କେଉଁ ଠିକାଦାର କାର୍ଯ୍ୟକାରୀ କରୁଛନ୍ତି ତାହାର ବିବରଣୀ ଦେବା ସହ ତାହାର ତଦନ୍ତ କରି ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବି ହୋଉଛି ।ଖାସକରି ଚାଚାରଗୁଡା ଏବଂ ଆଂଚଳା ପଞ୍ଚାୟତ ରେ ଏଭଳି ଅନେକ କାମ ସରକାରୀ ବାବୁ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକରେ ଚାଲିଛି ଏବଂ ଠିକାଦାର ଏବଂ ଦାଇତ୍ୱରେ ଥିବା ସରକାରୀ ଯନ୍ତ୍ରୀ ମାନେ ମାଲା ମାଲ ହେଉଛନ୍ତି । ଏଥୁପ୍ରତି ଜିଲ୍ଲା ସ୍ତରୀୟ ତଥା ବିଜେଲନସ ତଦନ୍ତ ହେବା ଆବଶ୍ୟକତା ହଇ ପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |