ବିପଦ ସଙ୍କେତ ଉପରେ ବୈତରଣୀ : କାଣୀନଦୀ ଠାରେ ୬୦ ଫୁଟର ଘାଇ

ଯାଜପୁର, ୧୫।୮ : ଯାଜପୁର ଜିଲାରେ ପ୍ରବାହିତ ହେଉଥିବା ବୈତରଣୀ ର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଘେରରେ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ଶାଖା ନଦୀ କଣୀରେ ପୂର୍ବ ବର୍ଷ ହୋଇଥିବା ଘାଇ ମୁକୁଳା ରହିଥିବାରୁ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରହ୍ମଚାରୀପାଟଣା ଠାରେ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି। ଦଶରଥପୁର ବ୍ଲକର ବ୍ରହ୍ମଚାରୀ ପାଟଣା ନିକଟ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ ଗାଁକୁ ବନ୍ୟା ଜଳ ପଶିଛି । ଲୋକ ମାନେ ବନ୍ୟାକୁ ନେଇ ଆତଙ୍କରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ନଦୀ କୁଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଉଛି ।  ବୈତରଣୀରେ ପ୍ରବଳ ପାଣି ଯୋଗୁ ଶାଖା କାଣି ନଦୀରେ ବନ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଅଧିକାରୀ ମାନେ ପହଞ୍ଚିବା ସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି। ଏଣୁ ବହୁ ପନିପରିବା, ଧାନ ନଷ୍ଟ ହୋଇଯିବା ସମ୍ଭାବନା ରହିଛି, କୟାଁ, କମାରଡିହ, ଦତ୍ତପୁର, ଦୁଦୁରାଅଣ୍ଟା, ମଲ୍ଲିକାପୁର ପଂଚାୟତର ବ୍ୟାପକ ଜମିରେ ବନ୍ୟାଜଳ ମାଡିଯାଇଛି।ସେହିପରି କାଣୀ ନଦୀ ମଲ୍ଲିକାପୁର-ପଲ୍ଲାସାହି ଆରଡି ରାସ୍ତା ଉପରେ ରହିଥିବା ପୋଲ ଉପରେ ୩ ଫୁଟର ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ବୈସପନ-ଦତ୍ତପୁର ଆରଆଣ୍ଡବି ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। କାଣୀ ନଦୀ କଣ୍ଟପଡା ଠାରେ ୭ଟି ସ୍ଥାନରେ ବନ୍ଧ ଧସିଯାଇଛି। କିଛି ତଳି ଅଂଚଳରେ ଥିବା ଘରେ ପାଣି ମାଡିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: