ମାଲକାନଗିରି, ୮/୧୧(କୋରକୁଣ୍ଡାରୁ ବଳରାମ/ମାଲକାନଗିରିରୁ ଶ୍ରୀନିବାସ ପଣ୍ଡା):ଜଳ ହି ଜୀବନ ଜଳ ସମ୍ପଦ କୁ ନଷ୍ଟ ନକରି ଘର ଘର କୁ ଯୋଗାଇ ଦେବା ପାଇଁ ସରକାର କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାର ସଂସ୍ଥା ଖୋଲିଛନ୍ତି ତାହା ମଧ୍ୟରୁ ଅନ୍ୟତମ ହୋଉଛି PHD ବାଲିମେଳାରେ ସମସ୍ତଙ୍କୁ ଜଳ ଯୋଗାଇବା ପାଇଁ ସମସ୍ତ ଗଳି କନ୍ଦିରେ ପାଇପ ବିଛା ଯାଇଛି । ମାତ୍ର କିଛି ମାସ ପରେ ଏହି ପାଈପ ନଷ୍ଟ ହୋଇ ମୁଖ୍ୟରାସ୍ତା ଓ ବିଭିନ୍ନ ରାସ୍ତାରେ ପାଣି ଜମିବା ଦେଖିବାକୁ ମିଳିଛି ।ଏମିତି ଏକ ଘଟଣା ବାଲିମେଳା nac ର ୱାର୍ଡ ନ,୨ ରେ ଦେଖିବାକୁ ମିଳିଛି।ରାସ୍ତା ଉପରେ ଅନବରତ ପାଣି ଚାଲିବା ଦ୍ୱାରା ରାସ୍ତାରେ ପାଣି ଜମିବା ସହିତ ପାଖଆଖ ଖାଲଖମା ପୁର୍ଣ ହେଇ ମଶା ବଂଶ ବିସ୍ତାର କରିବାର ସୁଯୋଗ ସୃଷ୍ଟି ହୋଇଛି।ଫଳରେ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେବା ସହିତ, ପୁତିଗନ୍ଧ ମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ଏ ନେଇ ପି, ଏଚ ଡିରେ କାମ କରୁଥିବା ଠିକାଦାର ଜେନା ମଣୀ ଙ୍କୁ ଜଣେଇବାରୁ ସେ ଆମ କଥାଟିକୁ ଅଣଦେଖାକରି ମନଇଛା କାମ ଗୁଡିକ କରୁଛନ୍ତି । ଯାହାକି ବିପଦ ସଂକୁଳ ଅବସ୍ଥାରେ ଅଛି ।ମୁଖ୍ୟ ରାସ୍ତା ହେବରୁ ଯିବା ଆସିବା ବେଳେ ଦୃଘଟଣା ହେବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ କହିବା କଥା ଯେ ସେଠାରେ କୌଣସି ସଂକେତ ମଧ୍ୟ ନାହିଁ । ଏହି ସମସ୍ୟା ର ସମାଧାନ ପାଇଁ ଜନ ସାଧାରଣ ରେ ଦାବି ହୋଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |