ବିବାଦ ରେ ବାବା ବଳିଆ ..

ଭୁବନେଶ୍ୱର,୪/୯: ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇ ବିବାଦ ଘେରକୁ ଆସିଛନ୍ତି ବାବା ବଳିଆ । ରଥରେ ଛେରା ପହଁରା ପାଇଁ ଗଜପତି ପାଲିଙ୍କିରେ ଆସିବା କଥା, ପ୍ରତିବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ଏବଂ ପ୍ରତିବର୍ଷ ରଥକୁ ଭାଙ୍ଗି ପୁଣି ନିର୍ମାଣ କରିବା ପ୍ରସଙ୍ଗରେ ନିଜସ୍ୱ ମତ ରଖିଛନ୍ତି ବାବା ବଳିଆ, ଯାହାକୁ ନେଇ ତାତିଛନ୍ତି ଲୋକେ ।ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇଥିବା ବାବା ବଳିଆଙ୍କୁ କ୍ଷମା ମାଗିବାକୁ ଲୋକମାନେ ଦାବି କରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ, ‘ ଓଡିଆ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା ଗଜପତିଙ୍କ ପରମ୍ପରାକୁ ନେଇ ବାବା ବଳିଆଙ୍କ ଏ ଯୁକ୍ତି ପାଗଳାମୀ ଓ ଚର୍ଚ୍ଚାରେ ରହିବା ପାଇଁ ଏକ ଷଡଯନ୍ତ୍ର । ଏ ଆତ୍ମଘୋଷିତ ବାବାମାନଙ୍କ କଳା କାରନାମା ପାଇଁ ସମାଜ ମଧ୍ୟ ବହୁଳଭାବେ ନିମ୍ନଗାମୀ । ଏହାକୁ ନିନ୍ଦା କରାଯିବା ସହ ବାବା ବଳିଆ ତାଙ୍କର ଏକ ପ୍ରକାର ମତପାଇଁ କ୍ଷମାଭିକ୍ଷା କରିବା ଉଚିତ ବୋଲି ଦାବି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: