କୋରାପୁଟ,୨୦/୧୦: ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। କୋରାପୁଟ ଜିଲ୍ଲା ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ। ଜୟପୁର ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। ‘ଉଡ଼ାନ୍’ ଯୋଜନାରେ ଲାଇସେନ୍ସ ନେଇ ଡିଜିସିଏ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ବିମାନ ଚଲାଚଳ ନେଇ ଲାଇସେନ୍ସ ମିଳିଛି। ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ଲାଇସେନ୍ସ ମିଳିଛି। ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ଏହି ଲାଇସେନ୍ସ ଦେଇଛନ୍ତି କେନ୍ଦ୍ର ବେସାମରିକ ପରିବହନ ବିଭାଗ।ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପାଇଁ ଦିର୍ଘ ଦିନରୁ ଦାବି ରହିଥିଲା। ଏଥି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି। ଯାହା ବର୍ତ୍ତମାନ ଜୟପୁରବାସୀ ତଥା ଦକ୍ଷିଣ ଓଡ଼ିଶାରେ ଜିଲ୍ଲାର ଲୋକମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ପୁର୍ବରୁ ଗତ ଜୁଲାଇ ୨୧ଓ ୨୨ତାରିଖ ଦିନ ଜୟପୁର ବିମାନବନ୍ଦରରୁ ବିମାନ ଉଡାଇବା ପାଇଁ ଅନୁସଙ୍ଗିକ, ବୈଷୟିକ, ଭୌଗଳିକ ଭିତ୍ତିଭୁମି କେତେ ପ୍ରସ୍ତୁତି ସରିଛି ତାହାର ଅନୁଧ୍ୟାନ ଡିଜିସିଏ୍ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍)ର ୩ଜଣିଆ ଟିମ୍ ଯାଂଚ କରିବା ସହ ପ୍ରାୟ ୬୭ଟି ତ୍ରୁଟି ବାହାର କରିଥିଲେ। ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତ୍ରୁଟି ଗୁଡ଼ିକୁ ସମାଧାନ କରିଥିଲେ। ଯାହାର ପଳାଫଳ ଆଜି ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |