ବିଲରେ ଫସଲ ଦେଖି ବିଷ ଖାଇଲେ ଚାଷୀ

ରାଜକନିକା,୪/୯ : ରାଜକନିକା ବ୍ଲକ୍ ଅନ୍ତର୍ଗତ ହାଟସାହି ଗ୍ରାମର ଯୁବ ଚାଷୀ ଅମର ଜେନା(୪୯) ଶନିବାର ବିଲରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ମୁତାବକ ଯୁବଚାଷୀ ଅମର ଆଜି ଅପରାହ୍ଣରେ ବିଲକୁ କୀଟନାଶକ ଔଷଧ ପକାଇବାକୁ ଯାଇଥିଲେ । ହେଲେ ଘରକୁ ଫେରିବା ବିଳମ୍ବ କାରଣରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ । ହେଲେ ବିଲରେ ଚାଷୀ ଅମର ପଡ଼ିଥିବାର ଦେଖିବାକୁ ପାଇଥିଲେ । ତାଙ୍କ ପାଟିରେ ଫେଣ ବାହାରୁଥିବାର ବେଳେ ନିକଟରେ କୀଟନାଶକ ଔଷଧର ଡ଼ବା ପଡ଼ିଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଚାଷୀ ଅମରଙ୍କ ପୁଅ ଅଶ୍ୱନୀ କହିଛନ୍ତିଯେ, ବାପା ୫ ଏକର ଜମିରେ ଭାଗ ଚାଷ କରିଥିଲେ । ସମବାୟ ସମିତିରୁ ଋଣ ଆଣି ଧାନ ଚାଷ କରିଥିଲେ । ହେଲେ ବର୍ଷା ଅଭାବରୁ ଫସଲ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା । ପାଣି ସୁବିଧା ନଥିବାରୁ ଫସଲ ଉଜୁଡ଼ିଯିବାର ଆଶଙ୍କାରେ ବାପା ଭାଙ୍ଗିପଡ଼ିଥିଲେ । ଆଜି ଧାନ ଫସଲରେ କୀଟନାଶକ ଔଷଧ ପକାଇବାକୁ ଆସିଥିଲେ । ହେଲେ ବିଲରେ ଫସଲ ଦେଖି ସେହି କୀଟ ନାଶକ ଔଷଧ ଖାଇଦେଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସଂପର୍କରେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରଦୀପ କୁମାର ରଥଶର୍ମା କହିଛନ୍ତିଯେ, ମୃତ ଅମରଙ୍କର କୀଟନାଶକ ଜନିତ ବିଷକ୍ରିୟା କାରଣରୁ ମୃତ୍ୟୁ ଘଟିଛି । ମୃତ ଚାଷୀ ଅମରଙ୍କ ଚାରି ପୁଅ ଏବଂ ସ୍ତ୍ରୀ ଶ୍ରୀମତୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: