ସାଲେପୁର ୨୬/୦୯: ବିଳମ୍ୱିତ ରାତିରେ ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରେ । ବହୁ ପୁରାତନ ଭାଗବତୀଙ୍କ ମନ୍ଦିରରେ ପୂଜାପାଆନ୍ତି ମା ଭଗବତୀ । ଏହି ମନ୍ଦିରରେ ବହୁ ପୁରାତନ ଓ ମୂଲ୍ୟବାନର ଦେବୀ ଓ ପାର୍ଶ୍ଵ ଦେବାଦେବୀ ପୂଜା ପାଆନ୍ତି। ଏବେ ଏହି ପୀଠରେ ମାଙ୍କ ନବରାତ୍ର ପୂଜା ବେଶ ଆଡ଼ମ୍ବରରେ ଚାଲିଛି । ଗତକାଲି ବିଳମ୍ବିତ ରାତ୍ରରେ ମାଙ୍କ ନବରାତ୍ର ପୂଜା ସାରି ପୂଜକ ମାନେ ମନ୍ଦିର ପହଡ଼ପକାଇ ଯିବାପରେ କେହି ଦୁର୍ବତ୍ତ ମନ୍ଦିରର ତାଲାକାଟି ୩ ଗୋଟି ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରି ନେଇଛନ୍ତି । ଆଜି ଭୋର ସମୟରେ ମନ୍ଦିରକୁ ମାଙ୍କ ନବରାତ୍ର ପୂଜା କରିବାକୁ ଯିବା ବେଳେ କବାଟ ଭାଙ୍ଗି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ଅଷ୍ଟଧାତୁର ପଞ୍ଚମୁଖୀ କାଳୀମୂର୍ତ୍ତି, ଲଷ୍ମୀମୂର୍ତ୍ତି ଓ ଚନ୍ଦ୍ରଶେଖର ମୂର୍ତ୍ତି ଚୋରୀ ହୋଇଯାଇଛି । ଏହି ତିନିଗୋଟି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଯାହା ଜଣାପଡୁଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |