ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ,୯/୧୧: ଆଜି ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ କଟକ ସିଡିଏ ସେକ୍ଟର ୬ସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ଶିବ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହୋଇଥିଲା। ପିତା ଶିବ ପାଣିଗ୍ରାହୀଙ୍କ ପରଲୋକ ନେଇ ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଆଜି ଅପରାହ୍ନରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଖାଉଥିଲେ। ଖାଉଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ବାପା ଶିବ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ବୋଲି ପୁଅ ରାଜ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

siba panigrahi 1 650x430 2

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକରେ ଓଡ଼ିଶାରେ ଚିତ୍ରଶିଳ୍ପୀ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଲଳିତ କଳା ଏକାଡେମୀର ସଚିବ ତଥା ଭାସ୍କର୍ଯ୍ୟ ଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି ଯେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ହେଉଛନ୍ତି ମୋର ଜଣେ ଉତ୍ତମ ବନ୍ଧୁ। ସେ ଜଣେ ମେଳାପି ସ୍ବଭାବର ବ୍ୟକ୍ତିତ୍ବ ଥିଲେ। ମୟୁରଭଞ୍ଜ ଜିଲାରେ ଜନ୍ମ ହୋଇଥିଲେ। ବି.କେ.ଆର୍ଟ କଲେଜରେ ପଢ଼ିଥିଲେ। ନିକଟରେ ତାଙ୍କ ସ୍ତ୍ରୀଙ୍କ ଦେହନ୍ତ ହୋଇଥିଲା। ଏହାପରେ ସେ ଭାଙ୍ଗି ପଡ଼ିଥିଲେ। କଥା କହି ପାରୁନଥିଲେ କିମ୍ବା ଶୁଣି ପାରୁନଥିଲେ। ସତେ ଯେମିତି ଏକ କାଠ କଣ୍ଢେଇ ପାଲଟି ଯାଇଥିଲେ। ଶିବ ପାଣିଗ୍ରାହୀଙ୍କ ସହିତ ମୋର ଅନେକ ଅଭୁଲା ସ୍ମୁତି ରହିଛି। ମୋ ଭଉଣୀ ବାହାଘର ପାଇଁ ତାଙ୍କର ସହଯୋଗ ସବୁବେଳେ ମନେରହିବ। ମୁଁ ତାଙ୍କୁ ଲଳିତ କଳା ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ପରେ ଶିବ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଖବର ପାଇଁ ଗୁରୁଗାଓଁରେ ରହୁଥିବା ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ସୁଧାଂଶୁ ସୂତାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀସୂତାର ତାଙ୍କ ଶୋକବାର୍ତାରେ କହିଛନ୍ତିଯେ, ଜଣେ ଦରଦୀ କଳା ଶିକ୍ଷକଙ୍କୁ ମୁଁ ହରାଇଛି । ଆଜି ଓଡ଼ିଶା ଜଣେ ଚିତ୍ରକଳାର ମହାନ ଚିତ୍ରକରଙ୍କୁ ହରାଇଛି । ତାଙ୍କ ପରଲୋକରେ ତାଙ୍କ ଛାତ୍ର ସମାଜ ଆଜି ସ୍ତବ୍ଧ । ତାଙ୍କର ଶିକ୍ଷାଦାନ, ଛାତ୍ରବତ୍ସଳତା ସହିତ ତାଙ୍କ ସରଳତା ଜୀବନ ସବୁଦିନ ପାଇଁ ମନେରହିବ । ତାଙ୍କ ଆତ୍ମାର ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଏଭଳି ସମୟରେ ତାଙ୍କ ପରିବାରଙ୍କୁ ଶକ୍ତି ଆଉ ଶାନ୍ତ୍ୱନା ପ୍ରଦାନ କରୁଛି ।

siba panigrahi 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: