ଭୁବନେଶ୍ଵର ୦୧।୧୦: ବିଶ୍ଵର କୁନି ତିନି ଠାକୁର ମୂର୍ତ୍ତି ତିଆରି କରି ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୧୯ ବର୍ଷୀୟ ଯୁବତୀ ଦେବଶ୍ରୀ । ଯୁବତୀଙ୍କ ରଙ୍ଗତୂଳୀରେ ଜୀବନ୍ୟାଶ ପାଉଛି ଅଦରକାରୀ ବସ୍ତୁ। ଅଣ୍ଡା ଟ୍ରେ, ସିଡି କ୍ୟାସେଟ୍, ବୋଲତ, ନଡିଆ କତା, ବେଲୁନ, ମାଟି ପାତ୍ର, ପୁରୁଣା କପଡା, ଦୀପ ଆଦି ବର୍ଯ୍ୟବସ୍ତୁ ଯୁବତୀଙ୍କ ରଙ୍ଗତୂଳୀରେ ଜୀବନ୍ୟାଶ ପାଉଛି । ତାଙ୍କର ଏହି ଚିତ୍ରକଳା ପାଇଁ ସେ କେବଳ ରାଜ୍ୟ ଭିତରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଏହି ଚିତ୍ରକଳା ଏବେଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ନିଜର ମଣ୍ଡାଲା ଆର୍ଟ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ସେ ଆଶା ଓ ବିଶ୍ଵାସ ରଖିଛନ୍ତି। ୪ ସେଣ୍ଟି ମିଟର ବିଶ୍ଵର ସବୁଠୁ ଛୋଟ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମୂର୍ତ୍ତି ନିର୍ମାଣ କରି ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଜୁଲାଇ ୧୧ରେ ତାଙ୍କୁ ପଦକ ଏବଂ ମାନପତ୍ରରେ ସମ୍ମାନିତ କରାଯାଇଛି। ଛୋଟ ବେଳୁ ତାଙ୍କର ପେଟିଂ ପ୍ରତି ରୁଚି ରହିଥିଲା। ସେ ଅଦରକାରୀ ବସ୍ତୁକୁ ନେଇ ପଟ୍ଟଚିତ୍ର ଏବଂ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। ପରେ ମଣ୍ଡାଲା ଏବଂ ଡିଜିଟାଲ ପେଣ୍ଟିଂ କରିବା ଆରମ୍ଭ କରି ଦେଇଛନ୍ତି। ମା ଶୈଳବାଳା ଝିଅର ଆଗ୍ରହ ଦେଖି ଏ ଦିଗରେ ତାଙ୍କୁ ଉତ୍ସାହିତ କରୁଛନ୍ତି। ଦେବଶ୍ରୀ ଶିକ୍ଷା ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର(ସୋଆ) ପରିଚାଳିତ ଆଇଟିଆରରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଛାତ୍ରୀ। ତାଙ୍କ ପିତା ସିଜୁଆସ୍ଥିତ ଏମ୍ସ ମେଡିକାଲରେ କୁଳସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଦେବଶ୍ରୀ କୌଣସି ପ୍ରତିଯୋଗିତା କିମ୍ବା ସୁନାମ ଅର୍ଜନ ପାଇଁ ଏସବୁ କରୁ ନାହାନ୍ତି ବରଂ ଏହା ତାଙ୍କର ସଉକ ଓ ଦୁର୍ବଳତା ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |