ବିଶ୍ଵ ପରିବେଶ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ମାଲକାନଗିରିର ସଚେତନତା ଶିବିର

ମାଲକାନଗିରି ୭/୬(ଶ୍ରୀନିବାସ ପଣ୍ଡା): ଜୁନ ୫କୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଉଅଛି। ବର୍ତମାନ ଜଳବାୟୁର ଦ୍ରୁତ ପରିବର୍ତ୍ତନ ହେବା ଫଳରେ ମାନବଜାତି ସହିତ ସମଗ୍ର ଜୀବ ଜଗତ ପ୍ରଭାବିତ। ପରିବେଶ ବିଜ୍ଞାନୀ ମନେ ପରିବେଶ ପ୍ରଦୂଷଣ କୁ ନ ରୋକିଲେ ଆଗାମୀ କିଛିବର୍ଷ ମଧ୍ୟରେ ସମଗ୍ର ଜୀବ ଜଗତ ଧୋନ୍ସ ପାଇବାର ଚେତାବନୀ ଦେଇସାରିଲେଣି। ସେଇ ପରିପେକ୍ଷିରେ ଆଜି ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟାର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ଏବଂ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ତଥା ସ୍ଵେଛାସେବୀ ଡାଃ ରଞ୍ଜନ କୁମାର ସ୍ଵାଇଁ ଉକ୍ତ ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶ ମଣ୍ଡଳ ତନ୍ତ୍ରର ପୁନଉଦ୍ଧାର, ଅନାବଶ୍ୟକ ଜଙ୍ଗଲ କ୍ଷୟ , ପରିବେଶ ପ୍ରଦୂଷଣ , ସବୁଜ ଗୃହ ବାଷ୍ପର ବୃଦ୍ଧି ଏବଂ ଜଳବାଯୁ ତାପୟନ ଓ ଜଳବାଯୁ ପରିବର୍ତ୍ତନ ଫଳରେ ପରିବେଶ ଅବନ୍ନତି ହେବା ହେବା ସହ ମଣିଷ ସମାଜ ବିପତି ଆଡକୁ ଟାଣି ହେଉଛି ଏହା ଦ୍ଵାରା ମଣିଷ ସମାଜକୁ ବିଭିନ୍ନ ଭୂତାଣୁ ଜନିତ ରୋଗ, ପ୍ରକୃତିକ ଦୁର୍ବିପାକ, ଜୀବଜଗତ ପ୍ରତି ଏକ ବହୁତ ବଡ ବିପଦର ଆଭାସ ଦେଉଛି ବୋଲି ସମସ୍ତ କଲେଜ ଛାତ୍ରଛାତ୍ରୀ , ଯୁବବର୍ଗଙ୍କୁ ଆଲୋକପାତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: