ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ : WHO

ୱାଶିଂଟନ୍, ୨୪।୫:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ ।   ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା ଭାଇରସ୍ରେ ବହୁ ଲୋକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଭାବଶାଳୀ ବୈଶ୍ୱିକ ତନ୍ତ୍ରର ଆବଶ୍ୟକତା ରହିଛି ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ସ୍ଥିତିକୁ ସାମନା କରିପାରିବ । ସେ ସତର୍କ କରାଇ ଦେଇ କହିଛନ୍ତି ଯେ, ଯେତେବେଳେ ଆଗାମୀ ମହାମାରୀ ଦସ୍ତକ ଦେବା ଆରମ୍ଭ କଲାଣି ସେତେବେଳେ ଆମେ ସମସ୍ତେ ନିର୍ଣ୍ଣାୟକ ରୂପରେ ଏହାକୁ ସାମ୍ନା କରିବାକୁ ଶକ୍ତି ଏକଜୁଟ କରିବା ଉଚିତ । ସେ କହିଛନ୍ତିି ଗତ ୩ ବର୍ଷ ଧରି ଏହି ମହାମାରୀ ପୁରା ବିଶ୍ୱକୁ ପ୍ରଭାବିତ କରି ରଖିଛି । ଏହି ମହାମାରୀରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏଣୁ ଆମକୁ ଆଗକୁ ନୂଆ ମହାମାରୀର ସାମ୍ନା କରିବାକୁ ସତର୍କ ହୋଇ ରହିବାକୁ ପଡିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!