ବିଶ୍ୱନାଥପୁର ଗ୍ରାମବାସୀଙ୍କ ପାଇଁ ପକ୍କା ସଡ଼କ ସାତସପନ

ରାଜକନିକା,୧୫/୬: ବର୍ଷା ହେଲେ ଗାଁକୁ ଯିବା ସମ୍ଭବ ହୋଇପାରୁ ନାହିଁ । ପାଣିକାଦୁଅରେ ପଶି ଗ୍ରାମବାସୀମାନେ ବହୁ ହଇରାଣ ହୋଇ ଯାତାୟତ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ରାଜକନିକା ବ୍ଲକ୍ କୋଇଲିପୁର ଗ୍ରାମପଂଚାୟତର ବିଶ୍ୱନାଥପୁର ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ । ଏହି କାରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କେଶପଲ୍ଲୀ ଆଉ ବିଶ୍ୱନାଥପୁର ଦୁଇଟି ଗାଁକୁ ମିଶାଇ ଲୋକସଂଖ୍ୟା ପ୍ରାୟ ଚାରିଶହ । ଏକ କିଲୋମିଟର ମାଟି କାଦୁଅ ରାସ୍ତାରେ ପଶି ଲୋକମାନେ ପ୍ରତିଦିନ ଯାତାୟତ କରୁଛନ୍ତି । ରାସ୍ତା କାଦୁଅ ହୋଇଥିବାରୁ ଆସନ୍ନ ପ୍ରସବା ମହିଳା, ବୃଦ୍ଧ ବୃଦ୍ଧାମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାତାୟତ ପାଇଁ ବହୁ ସମସ୍ୟାରେ ପଡ଼ୁଛନ୍ତି । ଛାତ୍ରଛାତ୍ରୀମାନେ ପାଣିକାଦୁଅରେ ପଶି ବିଦ୍ୟାଳୟକୁ ଯାଉଥିବା ବେଳେ ରାଜକନିକା ବ୍ଲକ୍‌, ତହସିଲ, ଥାନା ଆଉ ଜିଲା ସଦର ମହକୁମାକୁ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି ଗ୍ରାମବାସୀ । ବାରମ୍ବାର ଗ୍ରାମବାସୀମାନେ ସ୍ଥାନୀୟ ସରପଂଚଙ୍କ ଠାରୁ ରାଜକନିକା ବିଡ଼ିଓଙ୍କୁ ଭେଟି ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇପାରୁ ନାହିଁ । କେଇଲିପୁର ଗ୍ରାମପଂଚାୟତର କଂଗ୍ରେସ ସଭାପତି କୃତ୍ତିବାସ ଦାସ ତୁରନ୍ତ ପକ୍କା ରାସ୍ତା ତିଆରାି କରିବା ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ରାସ୍ତା କାମ ଆରମ୍ଭ କରାନଗଲେ ସେ ଧାରଣା ଦେବା ପାଇଁ ଜିଲାପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: