ବିଶ୍ୱାସ ହରାଉଛି ମଣିଷ….ପିଇବା ପାଣିରେ ବିଷ

ମାଲକାନଗିରି,୨୧/୪:ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍ଭି ୪୯ ଗାଁରେ ଏହି ଅଘଟଣ ଘଟିଛି । ଜଳଛତ୍ର ମାଠିଆରୁ ବିଷାକ୍ତ ପାଣି ପିଇ ୩ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଜଳଛତ୍ର ମାଠିଆରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରରୁ ପାଣି ପିଇ ଜଣେ ନାବାଳକ ସମେତ ୩ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତରଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଗ୍ରୀଷ୍ମ ପ୍ରଭାବ । ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ଏନେଇ ଲୋକମାନେ ଛତା, ଜଳଛତ୍ର ଆଦି ଉପରେ ନିର୍ଭର କରି ରହିଥାନ୍ତି । ଏହିପରି ସ୍ଥିତିରେ ଜଳଛତ୍ରରେ ବିଷ ମିଶାଇବା ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!