ବ୍ରହ୍ମପୁର-୧୪/୦୬(ମନୋଜ କୁମାର ପାତ୍ର)ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଶ୍ୱ ରକ୍ତଦାତା ଦିବସ ଅବସରରେ କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଏବଂ ଓଡିଶା ମୋ ପରିବାରର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି।ମୁଖ୍ୟଅତିଥି ଭାବେ ମହାନଗର ନିଗମ କମିଶନର ଏବଂ ଅନ୍ୟାନ୍ୟ ଅତିଥି ଭାବେ ସୁବାଷ ମହାରଣା,ସଂଜିତ ପାଣିଗ୍ରାହୀ,ବିଜୟ ସାମଲ,ମୋଦନ ଦଳାଇ ,ଅଜିତ ପଣ୍ଡା ,ଜ୍ୟୋତି ରଞ୍ଜନ ସାହୁ,ବାଲାଜୀ ରେଡି,ଭଗବାନ ସାହୁ,ବନମାଳୀ ସେଠି,ଶୂନ୍ୟ ଦାଶ,ଅନିଲ ସାହୁ,ଟି.ଗୋପୀ,ନଳିନୀ ଦେବଦର୍ଶୀ,ଆଦିତ୍ୟ ପଟନାୟକ,ମଧୁ ସୁଦନ ଆଚାରୀ,ନିଖିଳ ଚୌଧୁରୀ,ଅଶ୍ୱିନୀ ପଟନାୟକ, ଆଦି ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ସ୍ବେଛାକୃତ ଭାବେ ୫୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଅଛି | ବିଧାୟକ ସମସ୍ତ ରକ୍ତଦାତା ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |