ମାଲକାନଗିରି,୨୯/୦୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୬ ଗ୍ରାମରେ ଏକ ଵିଷଧର ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲି ପଞ୍ଚାୟତ ଏମଭି ୭୬ ଗ୍ରାମର ସ୍ୱର୍ଗତ ପରିତୋଷ ଆଇଚ ଙ୍କ ପୁଅ ପିଜୁସ ଗତକାଲି ରାତିରେ ଗରମ ହେଉଥିବା କାରଣରୁ ଘର ସାମ୍ନାରେ ଗଦା ହୋଇଥିବା ଚିନାବାଦାମ ଗଦା ଉପରେ ସୋଇଥିଲେ। ତେବେ ସକାଳୁ ଉଠିବା ପରେ ପିଜୁସ ଅସୁସ୍ଥତା ଅନୁଭବ କରିବା ସହିତ ମୁଣ୍ଡ ବୁଲେଇ ହେଇଯାଉଛି ବୋଲି ନିଜ ସ୍ତ୍ରୀ କୁ କହିଥିଲେ। ଏହା ପରେ ପରିବାର ଲୋକ , ପିଜୁସର ଅବସ୍ଥା ଗୁରୁତର ହୋଇପଡ଼ିବାରୁ, ଆଜି ସକାଳ ସାଢେ ଦଶଟା ବେଳେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପିଜୁସ ଧାନ ଓ ବାଦାମ ଚାଷ କରି ନିଜ ପରିବାର ଚଳାଉଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |