କେନ୍ଦ୍ରାପଡ଼ା,,୨୪।୩: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅର୍ନ୍ତଗତ କୋରନ୍ଦ ପଞ୍ଚାୟତରେ ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଏଭଳି କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କୋରନ୍ଦ ପଞ୍ଚାୟତର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ। ହେଲେ ଗତ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୋଖରୀ ପାଖକୁ ଯାଇଥିବା ବେଳେ ମାଛ ସବୁ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଜକନିକା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଉ ମାତ୍ର କିଛିଦିନ ମଧ୍ୟରେ ମାଛ ଧରା ହୋଇ ବିକ୍ରି ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏଭଳି ଘଟଣା ଘଟିଛି। ବ୍ୟାଙ୍କରୁ ଋଣ ଆଣି ମାଛ ଚାଷ କରିଥିବାରୁ ଏବେ ଏହାକୁ କେମିତି ଶୁଝିବେ ସେନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |