ନୂଆଦିଲ୍ଲୀ,୦୧/ ୦୬:ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା। ତେବେ ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବ। ଜୀବନର ନୂଆ ଚାପ୍ଟର ଆରମ୍ଭ କରୁଛି, ଆପଣଙ୍କ ସହଯୋଗ ଆଶା ସେ କହିଛନ୍ତି। ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ। ମୁଁ ଆଶା କରୁଛି ଯେ, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ। ତାଙ୍କର ଏହି ଟୁଇଟ୍କୁ ନେଇ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେବାକୁ ଯାଉଥିବା କୁହାଯାଉଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୨୦୨୨ ସେପ୍ଟେମ୍ବରରେ ସରିବାକୁ ଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |