ବିହାରରେ କଡା ଟକ୍କର

ପାଟନା,୧୦ ।୧୧: ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ‌ଡିଏ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି । ଗଣତି ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ, ଦୁଇ ମେଣ୍ଟ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହୁଛି । ବର୍ତ୍ତମାନ ସୁଦ୍ଧା ୨୪୩ଟି ଆସନରୁ ଏନ‌ଡିଏ ୧୨୯ ଆସନ, ମହାମେଣ୍ଟ(କଂଗ୍ରେସ, ବାମ ଦଳ ଓ ଆର୍ଜେଡି) ୧୦୦ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ଦଳ ୧୪ଟି ଆସନରେ ଆଗୁଆ ରହିଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ପ୍ରାର୍ଥୀ ତେଜ ପ୍ରତାପ ଯାଦବ ହସନପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି । ଅନ୍ୟପଟେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ ରାଘୋପୁର ଆସନରେ ଆଗରେ ଅଛନ୍ତି । ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ବାଙ୍କୀପୁର ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: