ନୂଆଦିଲ୍ଲୀ,୧୦/୦୮ : ବିହାରରେ ନୂଆ ସରକାର , ଆଜି ଶପଥ ଗ୍ରହଣ ଉତ୍ସବ । ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଜନତା ଦଳ ୟୁନାଇଟେଡ (ଜେଡିଓ) ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତୃତ୍ୱରେ ଅନ୍ୟ ଛୋଟ ଦଳଗୁଡ଼ିକର ସହଯୋଗରେ ମେଣ୍ଟ ସରକାର ପରିଚାଳିତ ହେବ । ବିହାରରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ମଧ୍ୟ ସ୍ୱଷ୍ଟ ହୋଇଯାଇଛି । କ୍ୟାବିନେଟରେ ଆରଜେଡିର ସର୍ବାଧିକ ୧୬ ବିଧାୟକ ମନ୍ତ୍ରୀ ହେବେ । ଏହା ପରେ ଜେଡିୟୁର ୧୩ ଜଣ, କଂଗ୍ରେସର ୪, ହମ୍ର ଜଣେ ବିଧାୟକ ନୂଆ ସରକାରରେ ମନ୍ତ୍ରୀ ହେବେ । ବାମଦଳ ସରକାରଙ୍କୁ ବାହାରେ ଥାଇ ସମର୍ଥନ ଦେଉଛି । ଏହା ପୂର୍ବରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ସନ୍ଧ୍ୟାରେ ରାଜ୍ୟପାଳଙ୍କ ସମ୍ମୁଖରେ ନୂଆ ସରକାର ଗଢ଼ିବା ନେଇ ଦାବି କରିଥିଲେ । ସେ ମହାମେଣ୍ଟ ସହିତ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି । ନୀତୀଶ କୁମାର ଦାବି କରିଛନ୍ତି ଯେ, ମୋଟ ୭ଟି ପାର୍ଟି ଓ ଜଣେ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ ଜଣାଇଛନ୍ତି । ତାଙ୍କ ପାଖରେ ମୋଟ ୧୬୫ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଆଜି ଅପରାହ୍ନ ୨ଟାରେ ମହାମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |