ବିହାରରେ ବିଷାକ୍ତ ମଦ ପିଇ ୬ ମୃତ

ନୂଆଦିଲ୍ଲୀ,୦୫/୦୮:   ବିହାରରେ  ବିଷାକ୍ତ ମଦ  ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମେକର ଥାନା ଅନ୍ତର୍ଗତ ଫୁଲୱରିଆ ପଂଚାୟତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନୋତିୟା ଟୋଲି ଓ ଭେଲଦୀ ଥାନା ଅଞ୍ଚଳର ସୋନହୋ ଭାଥାରେ ସଂଦିଗ୍ଧ ବିଷାକ୍ତ ମଦ ପିଇବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ କିଛି ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇ ଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ କୌଣସ ଜଣେ ବ୍ୟକ୍ତିଙ୍କ ଘରେ ପୂଜା ଥିଲା । ସେଠାରେ କିଛି ଲୋକ ମଦ ପିଇଥିଲେ । ଏହା ପରେ ଗୁରୁବାର ଦିନ ସକାଳୁ ମଧ୍ୟ କିଛି ଲୋକ ବିଷାକ୍ତ ମଦ ସେବନ କରିଥିଲେ । ପ୍ରାୟ ୧୮ରୁ ୨୦ ଜଣ ପୀଡିତଙ୍କୁ ପାଟଣାସ୍ଥିତ ପିଏମ୍‌ସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଏଥିରୁ ଗୁରୁତର ୬ ଜଣଙ୍କୁ ଛପରା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଷାକ୍ତ ମଦ ଘଟଣାରେ ପ୍ରଶାସନ ଓ ପୁଲିସର ଚିନ୍ତା ବଢ଼ିଛି । ସାରଣ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ ସଦର ହସ୍ପିଟାଲ ପହଞ୍ଚି ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: