ବିହାରର ଦରଭଙ୍ଗାରେ ୪ ଶିଶୁଙ୍କ ମୃତ୍ୟୁ, ୩ୟ ତରଙ୍ଗର ଆଶଙ୍କା

ବିହାର,୩୧/୫: ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ମାତ୍ର ଅନ୍ୟ ୩ ଜଣ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଉକ୍ତ ୩ ଜଣ ଶିଶୁ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଉଛି। ଶିଶୁଙ୍କର ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି। କୋଭିଡ଼ ନିୟମ ଅନୁଯାୟୀ, ଶିଶୁଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ମେଡିକାଲ କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜଣେ ଶିଶୁ କରୋନା ସଂକ୍ରମିତ ଥିଲା। ଅନ୍ୟ ୩ ଜଣଙ୍କ ରିପୋର୍ଟ ନେଗେଟିଭ ହେଲେ ମଧ୍ୟ ନିମୋନିୟା ଭଳି ଲକ୍ଷଣ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ରବିବାର ସନ୍ଧ୍ୟାରେ ମେଡିକାଲରେ ପ୍ରଥମେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହେବା ପରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମେଡିକାଲ ରିପୋର୍ଟ ଅନୁଯାୟୀ, ଶିଶୁର ଚିକିତ୍ସା ପ୍ରଥମେ ପଟନାରେ ହୋଇଥିବା ବେଳେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏହି ଦରଭଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ବିହାରର ଦରଭଙ୍ଗାରେ ଶିଶୁଙ୍କ ମୃତ୍ୟୁ ୩ୟ ତରଙ୍ଗର ଆଶଙ୍କାକୁ ବୃଦ୍ଧି କରିଛି। ବିଶେଷଜ୍ଞ ପୂର୍ବରୁ ଦେଶରେ ୩ୟ ତରଙ୍ଗ ଆସିପାରେ ବୋଲି ଆଶଙ୍କା କରିଛନ୍ତି। ଯେଉଁଥିରେ ସର୍ବାଧିକ ପିଲାମାନେ ସଂକ୍ରମିତ ହେବେ ବୋଲି ସନ୍ଦେହ କରାଯାଉଛି। ଶିଶୁ ମୃତ୍ୟୁ ଘଟଣା ଏବେ ଚିନ୍ତାକୁ ବୃଦ୍ଧି କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: