ବ୍ରହ୍ମପୁର, ୨୨/୦୯ : (ମନୋଜ କୁମାର ପାତ୍ର):ନାୱାଡା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ନୃତ୍ୟମ୍ ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି। ଏଥିରେ ପ୍ରାୟ ୮୧ଟି ଦେଶ ସାମିଲ୍ ହୋଇଥିବା ବେଳେ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ୍ଵ ଚଳଚ୍ଚିତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଦେଶ ତଥା ଦେଶ ବାହାର ନିର୍ଦ୍ଦେଶକ ମାନେ ମଧ୍ୟ ଯୋଗ ଦେଇଥିଲେ । ହିଞ୍ଜିଳିକାଟୁ ନୃତ୍ୟମ୍ ଅନୁଷ୍ଠାନ ଏଥିରେ ଅଂଶ ଗ୍ରହଣ କରିଥିଲା ଏବଂ ନୃତ୍ୟର କଳାକାର ମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହି ପାରିଥିଲେ । ବଲିଉଡ କିମ୍ବଦନ୍ତୀ କମେଡି ଅଭିନେତା ମୁସ୍ତାକ ଖାନ ଏବଂ ସିନେମା ଏବଂ ଟିଭି ଜଗତର ନିର୍ଦ୍ଦେଶକ ଅନିଲ ଦୁବେ ସାରଙ୍କ ଦ୍ଵାରା ଆଜି ନୃତ୍ୟମ୍ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଛି ଏବଂ ସମସ୍ତ ନୃତ୍ୟମ୍ ର ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ମଧ୍ୟ ପ୍ରଦାନ କରାଯାଇଛି । ଏହି ଭଳିଆ ସୁଯୋଗ ନୃତ୍ୟମ୍ ଅନୁଷ୍ଠାନ କୁ ଦେଇଥିବାରୁ ନୃତ୍ୟମ୍ ର ସଭାପତି ନୀଳମଣି ପଟ୍ଟନାୟକ ରାହୁଲ୍ ବର୍ମାକୁ ସମ୍ମାନିତ ଜଣାଇଥିବା ବେଳେ ଏହା ଓଡିଶା ତଥା ଗଂଜାମ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |