ସୁବର୍ଣ୍ଣପୁର,୧୨/୫:ତେନ୍ତୁଳିମହଦାର କୁନି ଛାତ୍ରଙ୍କୁ ମିଳିଲା ସଫଳତା, ଅନ୍’ଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ତୁତୀୟ ହେଲେ ଭାସ୍ବତ କିଶୋର କଳିକା,ହରିପୁର,କବିରପୁର,ଯାଜପୁର ପକ୍ଷରୁ ଅନୁଷ୍ଠିତ ରଜ୍ୟ ସ୍ତରୀୟ ଅନ୍’ଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳିମହଦା ଗାଁ’ର କୁନି ଛାତ୍ର ଭାସ୍ବତ ଭବେଶ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ଏବେ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ବୌଦ୍ଧରେ ଅଧ୍ୟୟନ କରୁଛନ୍ତି । ଏହା ପୂର୍ବରୁ ସେ ମଧ୍ୟ କେଦାର ଭରତୀ,ସ୍ପ୍ରେଡ୍ ହେପିନେସ ଫାଉଣ୍ଡେସନ,ସିର୍’ଜିନା ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନୀତ ହୋଇଛନ୍ତି । ଭାସ୍ବତଙ୍କ ଏହି ସଫଳତା ପାଇଁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |