ବୁଡି ରହିଛି ଗାଁ ରାସ୍ତା,ଆଣ୍ଠୁଏ ପାଣିରେ ଯିବାଆସିବା କରୁଛନ୍ତି ଲୋକେ

ରାଜନଗର,୧୫ା୯; ରାଜନଗର ବ୍ଲକ ଗୁପ୍ତି ପଚାଂୟତ କୃଷ୍ଣପ୍ରିୟାପୁର(କଲୋନୀ) ରେ ୩୦ଟି ପରିବାର ବସବାସ କରନ୍ତି । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି କଲୋନୀରେ ପାଣି ବୁଡି ଯିବା ସହ କେତେକଙ୍କ ଘରେ ପାଣି ପଶି ଯାଇଥିଲା । ରାଜନଗର-ଗୁପ୍ତି ମୁଖ୍ୟ ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ରହିଛି ଏହି ଗାଁ । ଏପରିକି ଶହେରୁ ଲୋକମାନେ ବସବାସ କରୁଥିବା ଏହି ଗାଁରେ ନଳକୂପ ନଥିବାରୁ ଆଣ୍ଠୁଏ ପାଣିରେ ଶହେ ମିଟର ଦୂର ଅତିକ୍ରମ କରି କୃଷ୍ଣପ୍ରିୟାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ନଳକୂପରୁ ପାଣି ଆଣିଥାନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ପାଣିରେ ପଶି ଯିବା ଆସିବା କରୁଛନ୍ତି । ଗାଁ ବାହାରକୁ ଆସିବାକୁ ହେଲେ ପାଣିରେ ପଶି ଆସିବାକୁ ପଡୁଛି । ଏନେଇ ସ୍ଥାନୀ ୟ ସରପଚଂ ଓ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଏହି ଗାଁର ବିଶ୍ୱଜିତ ମିସ୍ତ୍ରୀ, ବବୁର ବାନାର୍ଜୀ, ମିଥୁନ ବାନାର୍ଜୀ, ତପନ ମଣ୍ଡଳ, ମନତୋଷ ମଣ୍ଡଳ, ବିକ୍ରମ ମଣ୍ଡଳ, ପାର୍ବତୀ ପଣ୍ଡା, ବାପି ମଣ୍ଡଳ, ଦେବୁ ମଣ୍ଡଳ ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!