ଅଷ୍ଟ୍ରିଆର ଗବେଷକ ଦଳ ନିକଟରେ ୫ଟି ଖାଦ୍ୟ ତାଲିକା ଘୋଷଣା କରିଛନ୍ତି, ଯାହା ଖାଇଲେ ମନୁଷ୍ୟ ବୁଦ୍ଧିମାନ ହେବ।
୧. ତେଲିଆ ମାଛ : ଏହି ମାଛରେ ଓ ମାଗା ୩ପ୍ୟାଟି ଅମ୍ଳ ଥାଏ, ଯାହା ମସ୍ତିଷ୍କ ଓ ଶରୀର ପାଇଁ ଉତ୍ତମ । ତେଣୁ ସପ୍ତାହକୁ ଥରେ ଅନ୍ତତଃ ଏହି ତେଲିଆ ମାଛ ଖାଇବା ଉଚିତ ।
୨. ପତ୍ର ପରିବା: ପାଳଙ୍ଗ, ବ୍ରୋକୋଲି ଓ ବନ୍ଧାକୋବି ଇତ୍ୟାଦି ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କରାଏ । ଏସବୁକୁ କଞ୍ଚା କିମ୍ବା ସିଝା ଖାଇହେବ ।
୩. ଅଣ୍ଡା : ଅଣ୍ଡା ଖାଇଲେ ଶରୀରକୁ ଲୌହସାର ମିଳିଥାଏ, ଯାହା ଲାଲ ରକ୍ତ କଣିକା ସୃଷ୍ଟି କରେ । ଏହା ମସ୍ତିଷ୍କକୁ ଅମ୍ଳଜାନ ଯୋଗାଏ ।
୪. ସବୁଜ ଚା’ : ଗବେଷକଙ୍କ ମତରେ ସବୁଜ ଚା ମସ୍ତିଷ୍କର କୋଷଗୁଡ଼ିକୁ ସକ୍ରିୟ କରାଏ ଓ ସ୍କୃତିଶକ୍ତି ବୃଦ୍ଧି କରେ ।
୫. ଚକୋଲେଟ୍: ଫ୍ଲା ବୋନଡ୍ର ମାତ୍ରା ଏଥିରେ ସର୍ବାଧିକ ଥାଏ । ଡାର୍କ ଚକୋଲେଟ ଖାଇଲେ ମସ୍ତିଷ୍କରେ ନ୍ୟୁରନ୍ ସୃଷ୍ଟି ହୋଇଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |