ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି

ସମ୍ବଲପୁର : ୫ ବର୍ଷ ତଳ ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ ସମୟରେ ବୁର୍ଲା ଥାନା ସେଣ୍ଟ୍ରାଲ୍ ଲାଇନ୍‌ର ଗୋଟିଏ ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମଙ୍ଗଳବାର ରାତି ୧୦ଟାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ରାତି ୩ଟା ୩୦ରେ ଆଉଜଣଙ୍କ ମୃତ୍ୟୁ ହୋଇଯାଇଛି।  ପରିବାରର ଅନ୍ୟ ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।ମୃତକ ହେଲେ ସେଣ୍ଟ୍ରାଲ୍ ଲାଇନ୍‌ର ବୁଲୁ ବିଶୋୟୀ (୩୪) ଓ ତାଙ୍କ ଭାଇ ମୁନା ବିଶୋୟୀ(୩୨)। ଏହା ବ୍ୟତୀତ ମୃତକଙ୍କ ବାପା ପୀତବାସ, ମା’ ସଂଗୀତ ଓ ବୁଲୁଙ୍କ ସଂପର୍କୀୟ ନରେନ୍ଦ୍ର ଭାଣ୍ଡେରକର(୫୨) ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୀତବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଘଟଣାରେ ବୁର୍ଲା ପୁଲିସ ୪ଟା ଟିମ୍‌ ଗଠନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଭୋରରୁ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରୁ ୪ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି। ହତ୍ୟାରେ ବ୍ୟବହାର ହୋଇଥିବା ସୁଇଫ୍‌ଟ ଡିଜେୟାର କାର୍‌, ଗୋଟିଏ ଭୁଜାଲି ଓ  ୩ଟି ଭଙ୍ଗା ବିୟର୍‌ ବୋତଲ ପୁଲିସ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସମୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବୁର୍ଲା ପୁଲିସ ପକ୍ଷରୁ ସୂଚନା ‌ଦିଆଯାଇଛି। ଏନେଇ ବୁର୍ଲା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ଡିପିଓ ଶିଶୁରଂଜନ ମହାପାତ୍ର ସୂଚନା ଦେଇଛନ୍ତି।ପରିବାରଲୋକଙ୍କ କହିବା ଅନୁଯାୟୀ, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଦଳବଦ୍ଧ ଭାବେ ପ୍ରାୟ ୩୦ ଜଣ ଯୁବକ ଆସି ମଙ୍ଗଳବାର ରାତି ପ୍ରାୟ ୯ ଟାରେ ସେଣ୍ଟର ଲାଇନ ସ୍ଥିତ ପତିବା ଙ୍କ ଘରେ ପହଞ୍ଚିଥିଲେ। ଦୁର୍ବୁତ୍ ଙ୍କ ମଧ୍ୟରୁ କିଛିଜଣ ଏକ ମାରୁତି ସ୍ୱିପ୍ଟ ଡିଜାୟାର କାରରେ ଆସି ବୁଲୁଙ୍କ ଉପରକୁ କାର ଚଢାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ତାପରେ ପୂର୍ବଯୋଜନା ମୁତାବକ ଦୁର୍ବୁତ୍ତ ମାନେ ଖଣ୍ଡା, ଭୁଜାଲି ସମେତ ଅନ୍ୟାନ୍ୟ ମାରଣାସ୍ତ୍ରରେ ସମସ୍ତ ପରିବାର ସଦସ୍ୟଙ୍କ ଉପରେ ଆତର୍କିତ ଭାବରେ ଆକ୍ରମଣ କରିଥିଲେ। ଫଳରେ ପରିବାରର ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭିର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଆହତ ମାନଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: