ବୃକ୍ଷ ରୋପଣ କରି ଉଦାହରଣ ସୃଷ୍ଟି କରିଛନ୍ତି ବୃକ୍ଷ ପ୍ରେମୀ ବିଶ୍ୱରଞ୍ଜନ ଦାଶ

ଗଞ୍ଜାମ,୧୭/୯(ମନୋଜ ପାତ୍ର): ବୃକ୍ଷ ପ୍ରେମୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଶ୍ୱନାଥ ଦାଶ ଗୋଳନ୍ଥରା ଥାନାରେ କାର୍ଯ୍ୟରତ ଥିବା ଜଣେ ହାବିଲଦାର ।ସେ ସମ୍ପୂର୍ଣ୍ଣ ନିଆରା ମଣିଷ ଭାବେ ପରିଣତ ବୟସରେ ମଧ୍ୟ ହାର ମାନି ନାହାନ୍ତି।ତେବେ ସେ ସବୁବେଳେ ଏବଂ ସବୁ ସମୟରେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ଚିନ୍ତା କରିଥାନ୍ତି ।ବର୍ତ୍ତମାନ ସମୟରେ ସେ ଗୋଳନ୍ଥରା ଥାନା ପରିସରରେ ଏକ ହଜାରରୁ ଉର୍ଦ୍ଧ ଚାରା ରୋପଣ କରି ଅଞ୍ଚଳ ବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରିୟପାତ୍ର ହୋଇପାରିଛନ୍ତି।ନିଜର କର୍ମମୟ ଜୀବନ କୋରାପୁଟ ଜିଲ୍ଲାରେ ଆରମ୍ଭ କରିଥିବା ବିଶ୍ଵ ରଞ୍ଜନ ବାଲ୍ୟ କାଳରୁ ହିଁ ପରିବେଶ ପ୍ରେମୀ ଭାବେ ସୁପରିଚିତ ଅଟନ୍ତି ।ତେବେ ଦୀର୍ଘ ୩୫ ବର୍ଷର ଚାକିରୀ କାଳ ମଧ୍ୟରେ ସେ ପ୍ରାୟ ୧ଲକ୍ଷ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଛନ୍ତି ।କିନ୍ତୁ ଏବେ ମଧ୍ୟ ଆତ୍ମସନ୍ତୋଷ ହୋଇପାରୁନାହାଁନ୍ତି। ଶ୍ରୀ ଦାଶ ପ୍ରତ୍ୟେକ ଦିନ ଭୋର ପାଞ୍ଚଟାରୁ ଶଯ୍ୟା ତ୍ୟାଗକରି ନିଜର ନିତ୍ୟକର୍ମ ସାରି ଥାନା ପରିସରରେ ଲଗାଯାଇଥିବା ଚାରା ବୃକ୍ଷରେ ପାଣି ଦେବା ସହ ରକ୍ଷଣାବେକ୍ଷଣ କରିଥାନ୍ତି । ତାପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଥାନା କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ।ତେବେ ଅନ୍ୟ ସମୟରେ ବିଭିନ୍ନ ପ୍ରକାରର ଚାରା ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର, ବିଦ୍ୟାଳୟ ଓ ସ୍ମଶାନ ପରିସରରେ ଚାରା ରୋପଣ କରିଥାନ୍ତି । ପରିବେଶ ପ୍ରେମି ବିଶ୍ୱ ରଞ୍ଜନ ଦାଶଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

IMG 20200917 WA0008

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!