ବେଆଇନ୍ ମାଛ ଧରୁଥିବା ବେଳେ ୪ଟି ଟ୍ରଲର ଜବତ

କୋଣାର୍କ, ୩୧/୦୧ :ବେଆଇନ୍ ମାଛ ଧରୁଥିବା ବେଳେ ୪ଟି ଟ୍ରଲର ଜବତ । ବନବିଭାଗ,ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଚଢାଉରେ ଏହା ଜବତ କରାଯାଇଛି । ଅସ୍ତରଙ୍ଗ ଦେବୀନଦୀ ମୁହାଣରୁ ୪ ବେଆଇନ ଟ୍ରଲର ସହିତ ୩୨ ମତ୍ସ୍ୟଜିବୀ ଅଟକ। ଅଲିଭ୍ କଇଁଛଙ୍କ ଅଣ୍ଡା ଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲର ଗୁଡିକୁ ବାରଣ କରାଯାଇଥିବା ବେଳେ ଏହି ମତ୍ସଜିବୀମାନେ ବେଆଇନ ଭାବେ ମାଛ ଧରୁଥିଲେ। ପାଟ୍ରୋଲିଂ ବେଳେ ସେମାନଙ୍କୁ ଅଟକ ରଖିଛି ଅସ୍ତରଙ୍ଗ ନୂଆଗଡ ତଟରକ୍ଷୀ ବାହିନୀ। ଅସ୍ତରଙ୍ଗ ଦେବୀନଦୀ ମୁହାଣ ନିଷିଦ୍ଧାଅଞ୍ଚଳରୁ ଆଜି ଚାରୋଟି ବେଆଇନ ଟ୍ରଲର ଧରାପଡ଼ିଛି l ଏଥିରେ ଥିବା ୩୨ଜଣ ମତ୍ସ୍ୟଜିବୀଙ୍କୁ ଅଟକ ରଖିଛି ଅସ୍ତରଙ୍ଗ ନୂଆଗଡ ତଟରକ୍ଷୀ ବାହିନୀ l ଅଲିଭ୍ କଇଁଛଙ୍କ ଅଣ୍ଡା ଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲର ଗୁଡିକୁ ବାରଣ କରାଯାଇଥିଲା। ହେଲେ କିଛି ଟ୍ରଲର ମlଲିକ ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିଲେ। ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇ ଅସ୍ତରଙ୍ଗ ତଟରକ୍ଷୀ ବାହିନୀ, ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ମିଳିତ ଚଢ଼ାଉ କରି ୪ଟି ଟ୍ରଲର ସହିତ ୩୨ଜଣ ମତ୍ସ୍ୟଜିବୀଙ୍କୁ ଅଟକ ରଖି ପଚରଉଚରା କରୁଛି l ତେବେ ଏହି ୪ଟି ଟ୍ରଲର ଭିତରୁ ଗୋଟିଏ ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ଆଉ ତିନୋଟି ପାରାଦ୍ୱୀପର ବୋଲି ଜଣାପଡିଛି। ଏହି ଟ୍ରଲର ଭିତରେ ବିପୁଳ ପରିମାଣର ମାଛ ଥିବାର ସୂଚନା ମିଳିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: