ବେଆଇନ ପାଉଁରୁଟି ଫ୍ୟାକ୍ଟ୍ରିରେ ଚଢାଉ

କଟକ ୨୩।୯: କଟକ ଶିଖରପୁର ଅଞ୍ଚଳରେ ଚାଲିଥିଲା ବେଆଇନ ପାଉଁରୁଟି ଫ୍ୟାକ୍ଟ୍ରି ।  ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି ସିଏମସି । ଶିଖରପୁର ଅଞ୍ଚଳରେ ଏମିତି ଖୋଲିଥିବା ୨ଟି ପାଉଁରୁଟି ଫ୍ୟାକ୍ଟ୍ରି ଉପରେ ଚଢାଉ ବେଳେ ଅନେକ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସହ ବିପୁଳ ପରିମାଣର ବାସି ପାଉଁରୁଟି, କେକ୍‌ ଏବଂ ବିସ୍କୁଟ ଆଦିକୁ ଜବତ କରାଯାଇଛି । ଚଢାଉ ହୋଇଥିବା ଫ୍ୟାକ୍ଟ୍ରି ଗୁଡିକର ଟ୍ରେଡ୍ ଲାଇସେନ୍ସ ନଥିଲା । ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଯେଉଁସବୁ ସରକାରୀ ଔପଚାରିକତା ଅଛି ତାକୁ ମଧ୍ୟ ସେମାନେ ପୂରଣ କରିନଥିଲେ । କିନ୍ତୁ ବେଧଡକ ଢଙ୍ଗରେ ଏବଂ ସ୍ପଷ୍ଟ ଦିବାଲୋକରେ ଏମାନେ ପ୍ରସ୍ତୁତ କରୁଥିଲେ କ୍ବିଣ୍ଟାଲ କ୍ବିଣ୍ଟାଲ ପାଉଁରୁଟି, କେକ୍‌ ଏବଂ ବିସ୍କୁଟ୍‌ । ଫୁଡ୍‌ ଇନ୍ସ୍ପେକଟର କହିଛନ୍ତି, ଏଭଳି ବେଆଇନ କାରବାର ପାଇଁ ୨ ଲକ୍ଷ ଟଙ୍କାର ଜରିମନା ସହିତ ୩ ମାସ ଜେଲ୍ ଦଣ୍ଡ ଭୋଗିବାର ପ୍ରାବଧାନ ରହିଛି । କିନ୍ତୁ ଫ୍ୟାକ୍ଟ୍ରି ମାଲିକ କହିଛନ୍ତି, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ, ବରଂ ଧାର୍ଯ୍ୟ ସମୟ ଭିତରେ ତାଙ୍କୁ ଲାଇସେନ୍ସ ଦିଆଯାଇନାହିଁ ।

 ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: