ବ୍ରହ୍ମପୁର-୧୪/୦୬(ମନୋଜ କୁମାର ପାତ୍ର):ସଦରଥାନା ପୋଲିସ ପକ୍ଷରୁ ବେଆଇନ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସଦର ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।ତେବେ ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ସଦର ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ବବି ଦାସ (୪୫) ଓ ଟିଣି କମାଗାଁ ର ବୁଲୁ ସାହୁ ନାମକ ଏହି ଦୁଇ ଜଣ ବ୍ୟକ୍ତି ଲକ୍ ଡାଉନର ସୁଯୋଗ ନେଇ କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରି ବେଆଇନ ଭାବେ ନିଜ ଘରେ ମଦ ରଖି ବିକ୍ରି କରୁଥିଲେ।ଏହି ଖବର ଜାଣିବା ପରେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଏକ ସ୍ୱତନ୍ତ୍ର ଟିମ୍ ଘଟନ କରି ଭାବିନିପୁର ଓ ଟିଣି କମାଗାଁରେ ଚଢ଼ାଉ କରିଥିଲେ।ଏହି ଚଢ଼ାଉ ବେଳେ କିଙ୍ଗ ଫିସର୍ ବିଅର ୫୦ଟି ବଟଲ ,ମେକ୍ ଡ଼ୱଲ ନମ୍ବର-୧ ଭିସ୍କି ୨୨ଟି ବଟଲ, ଓଏସ୍ ଲିକ୍ୱର ୨୧୦ଟି ପାଉଚ ସମେତ ପ୍ରାୟ ୭୮.୪୬୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଯାଇଛି।ତେବେ ଅଭିଯୁକ୍ତ ବବି ଦାସ ଓ ବୁଲୁ ସାହୁ ବିରୋଧରେ ସଦର ଥାନାରେ କେସ ନଂ ୧୮୮/୨୧ ଏବଂ ୧୮୯/୨୧ ପ୍ରକାରେ ଦୁଇଟି ମାମଲା ରୁଜୁ କରି ୟୁ/ଏସ୍-୫୨(ଏ) ଓଡ଼ିଶା ଏକ୍ସସାଇଜ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |