ବେଗୁନିଆପଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ଗଞ୍ଜାମ-୨୫/୫(ମନୋଜ କୁମାର ପାତ୍ର):ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆଜି ଏକ ଶିଶୁ ସୁରକ୍ଷା ବୈଠକ ବିଡିଓ ବେଦବର ପ୍ରଧାନଙ୍କ ସଭାପତିତ୍ବରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢୀ, ଚାଇଲଡ ଲାଇନର କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସସମାଲ, ତହସିଲଦାର ଅବନି କୁମାର ସାହୁ,ସିଡିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଡିସିପିୟୁ କାର୍ଯ୍ୟଳୟର କର୍ମଚାରୀ କାମେଶ୍ୱର ପରିଡା, ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ବିଜୟ ଦୋରା, ବିଇଓ କମଳାକାନ୍ତ ସାହୁ , ପ୍ରମୁଖ ଉପସ୍ଥିତ ରହିଥିଲେ. ବ୍ଲକ ଅନ୍ତର୍ଗତ ଷଣ୍ଢ ମୂଳ ପଞ୍ଚାୟତ ରେ ଗତ ୧୯ ତାରିଖ ରେ ପ୍ରାଣ ହରାଇ ଥିବା ବାପା ମା’ଙ୍କ ଦୁଇ ଝିଅ, ମର୍ଦମେଖ ପଞ୍ଚାୟତର ବଡ଼ ଗୁଡ଼ିଆଳି ଗ୍ରାମ ରେ ଦୁବାଇରେ ପ୍ରାଣ ହରାଇ ଥିବା ମୃତ୍ ବ୍ୟକ୍ତିର ୨ ଶିଶୁ, କୋଦଳା ଏନ୍ଏସି ର ୪ ଜଣ ଶିଶୁ ଙ୍କୁ ଶିଶୁ ମଙ୍ଗଳ ସମିତି ପାଖରେ ହଜାର କରାଯାଇଥିଲା। କୋଦଳା ଶିଶୁ ମାନଙ୍କ ପରିବାରକୁ ରେଡ୍ କ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ, ଗୁଡ଼ିଆଳି ର ଶିଶୁଙ୍କ ପରିବାରକୁ ୧୦ ହଜାର ଟଙ୍କା ତହସିଲଦାର ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଶିଶୁଙ୍କୁ ବିଇଓ ଙ୍କ ଗୁରୁ ଶିଶୁ କଲ୍ୟାଣ ପାଣ୍ଠି ପ୍ରଦାନ, ଡିସିପିୟୁ ଙ୍କୁ ପ୍ରସ୍ଥାପୋଷାକତା ରାଶି ପ୍ରଦାନ, ସମେତ ପିଲାମାନଙ୍କୁ ସରକାର ଙ୍କ ନୂତନ ନିୟମ ପ୍ରକାରରେ ମଧୁ ବାବୁ ପେନସନ ଯୋଜନା ରେ ସାମିଲ, ଆବାସ ଯୋଜନା ରେ ପ୍ରଦାନ କରିବା ସହ ବ୍ଲକ ରେ ବାଲ୍ୟ ବିବାହ ବନ୍ଦ କରିବା, ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପଂଚାୟତ ସ୍ତର ରୁ ଚିହ୍ନଂଟ କରି ବ୍ଲକ କୁ ସୂଚନା ପ୍ରଦାନ କଲେ ଶିଶୁ ମାନଙ୍କୁ ସୁରକ୍ଷା ଦିଆଯିବ ବୋଲି ମତ ପ୍ରକାଶ କରାଯାଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: